ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

0

ଗଞ୍ଜାମ/ହରପ୍ରସାଦ ବିଶୋଇ: ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ବିଜୁଜନତା ଦଳ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗଞ୍ଜମ ସହରର ଭାରତୀ ବିଦ୍ୟାପୀଠ ଠାରେ ଆୟୋଜନ ହୋଇଯାଇଅଛି । ଏହାକୁ ଛତ୍ରପୁର ବିଧାୟକ ସୁବାଷ ବେହେରା ଉଦଘାଟନ କରିଥିଲେ ।ଅନ୍ୟ ଅତିଥି ମାନଙ୍କ ଭିତରେ  ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା,ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଗଞ୍ଜମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଭବାନୀକାନ୍ତ ସାହୁ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଗଞ୍ଜାମ ଯୁବନେତା ସୁଧୀର ପାଢ଼ୀ ଓ ଯୁବ ସଂଗଠକ ରାକେଶ ରଞ୍ଜନ ଦାଶଙ୍କ ନେତୃତ୍ୱରେ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ପରିପେକ୍ଷିରେ ଗଞ୍ଜମ ପୂର୍ବତନ ଉପନଗର ପାଳ ନିଳାଞ୍ଚଳ ବାରିକ,ଡିଜିଟାଲ ସେକ୍ରେଟାରୀ ଆଶୁତୋଷ ଦାସ,ଛାତ୍ର ବିଜେଡି ଉପସଭାପତି ଲିଙ୍ଗରାଜ ମହାପାତ୍ର,ଛାତ୍ର ନେତା ସାନ୍ତୁନୁ ବିଶ୍ୱାଳ,ଅକ୍ଷୟ ପ୍ରଧାନ,ପ୍ରଭାତ ସ୍ୱାଇଁ ଓ ଅନ୍ୟମାନଙ୍କ ଭିତରେ ଦଣ୍ଡପାଣି ପରିଡା ,ସୀମାଞ୍ଚଳ ସାହୁ,ମନୋଜ ପ୍ରଧାନ,ମାନସ ପରିଡା ଉପସ୍ଥିତ ରହି କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ ।