ମୋବାଇଲ ଫାଟି ଶ୍ରମିକ ମୃତ

0

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦୀପ: ମୋବାଇଲ ହେଲା କାଳ। ମୋବାଇଲ ଫୋନ ଫାଟି ଜଣେ ଶ୍ରମିକଙ୍କ ର ମୄତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଠରବାଙ୍କି ସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ କାର୍ୟ୍ୟାଳୟରେ। ସୂଚନା ମୁତାବକ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ପରିସରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ ଆସି କାମ କରୁଛନ୍ତି । ସେହିପରି ନୟାଗଡ ଜିଲ୍ଲାର ଲେମ୍ବୁଡି ଗାଁ ର କୁନା ପ୍ରଧାନ ନାମକ ଜଣେ ଶ୍ରମିକ ମଧ୍ୟ କାମ କରିବାକୁ ଆସିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଫୋନ ଟିକୁ ଛାତି ଉପରେ ଥୋଇ ଦେଖୁଥିବା ସମୟରେ କୌଣସି କାରଣ ରୁ ମୋବାଇଲଟି ଫାଟି ଥିଲା। ଘଟଣା ସ୍ଥଳରେ କୁନା ପ୍ରଧାନଙ୍କ ର ମୄତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ପାଖରେ ଶୋଇଥିବା ଆଉ କିଛି ଶ୍ରମିକ ଘଟଣା ବିଷୟରେ ଜାଣି ପାରିନଥିଲେ, ଘରଟି ସମ୍ପୂର୍ଣ୍ଣ ଧୂଆଁମୟ ହେବା ପରେ ଅନ୍ୟ ଶ୍ରମିକ ମାନଙ୍କର ନିଦ ଭାଙ୍ଗି ଯିବା ରୁ କୁନା ଦେହରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ନିଆଁକୁ ଲିଭାଇବା ପରେ କୁନା କୁ ବଞ୍ଚାଇବାରେ ବିଫଳ ହୋଇଥିଲେ ବୋଲି ଅନ୍ୟ ଶ୍ରମିକ ମାନେ କହିଛନ୍ତି।ତେବେ ପାରାଦୀପ ଆଦର୍ଶ ଥାନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ପରେ ପ୍ରକୃତ ଘଟଣା ଜଣାପଡିବ।