ହସ୍ପିଟାଲ ,ସ୍କୁଲ ଏବେ ବିଧାନସଭାରେ ମୋବାଇଲ ବ୍ୟାନ

0

(ମମତା ସାମଲ)ରିପୋର୍ଟସଟୁଡେ: ହସ୍ପିଟାଲ ଏବଂ ସ୍କୁଲ ପରେ ଏବେ ବିଧାନସଭାରେ ମୋବାଇଲ ବ୍ୟାନ । ଯଦି ବିଧାନସଭା ଭିତରେ କାହାର ମୋବାଇଲ ବାଜିବ ବା କିଏ ବ୍ୟବହାର କରୁଥିବା ଗୃହରେ ଦେଖିବାକୁ ମିଳିବ ତେବେ ତାହାକୁ ଜବତ କରାଯିବ । ଗତକାଲି ଶୂନ୍ୟକାଳରେ ଏହି ରୁଂଲି ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ବାଚସ୍ପତି କହିଛନ୍ତି ଯେ, ବିଧାନସଭାକୁ ମୋବାଇଲ ଆଣିବା ଉପରେ ପୂର୍ବରୁ ରୋକ୍ ଲାଗିଛି । ହେଲେ ବିଧାୟକମାନେ ଏହାକୁ ମାନୁନାହାଁନ୍ତି । ଯେଉଁ କାରଣରୁ ଗୃହ ଭିତରେ ବିଭିନ୍ନ ସମୟରେ ବାରମ୍ବାର ମୋବାଇଲ ବାଜୁଥିବାରୁ ଗୃହ କାର୍ୟ୍ୟରେ ବାଧା ଉପୁଜିଛି । ତେଣୁ ଏବେ ବିଧାନସଭାରେ ମୋବାଇଲ ବ୍ୟବହାର ଉପରେ କଟକଣା କଡାକଡି କରାଯିବ ।
କିଛି ଦିନ ପୂର୍ବ ମାଲାକାନଗିରି ମେଡିକାଲରେ ୪ଜଣ ନର୍ସଙ୍କ ଟିକଟକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚାରିଆଡେ ନିନ୍ଦା କରାଯାଇଛି । ଜନସେବା ଛାଡି ଟିକଟିକ ଭିଡିଓ କରିବା କେତେ ଦୂରରୁ ଠିକ ସେ ନେଇ ଚାରିଆଡେ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା । ଏକ ଅସୁସ୍ଥ ଶିଶୁ ଧରି ୪ଜଣ ନର୍ସ ଟିକଟକ କରିଥିଲେ । ଏହାସହ ଚଳିତ ବର୍ଷ ମାଟ୍ରିକ ରେଜଲ୍ଟରେ ପାସ ହାର ହ୍ରାସ ପାଇଛି । ୮୨ ସ୍କୁଲ ଚଳିତ ବର୍ଷ ଶୂନ ରେଜଲ୍ଟ ଆସିଥିଲା । ଏହାପରେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସ୍କୁଲ ଶ୍ରେଣୀ ଗୃହକୁ ମୋବାଇଲ ଫୋନ ନେବା ମନା କରାଯାଇଛି ।