ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର :ଗଂଜାମ ଜିଲ୍ଲା ଆସ୍କା ପୋଲିସ ୩୭୯ ଧାରା ଅନୁଯାୟୀ କବିସୂର୍ୟ୍ୟନଗର ଥାନା ଅଧୀନ ଝାଡବନ୍ଧ ଗ୍ରାମର ଜଣେ ଆଦିତ୍ୟ ବେହେରା ଟାୱାର କ୍ଲିନର୍ ଭାରତ ଇନଫ୍ରା ଟେଲରେ କାମ କରୁଥିଲେ । ଯେଉଁଥିପାଇଁ ସେ ପୁରୁଷୋତ୍ତମ ପୁର, କବିସୂର୍ୟ୍ୟନଗର, ଭଞ୍ଜନଗର, ଆସ୍କା ଇତ୍ୟାଦିର ଅନେକ ମୋବାଇଲ୍ ଟାୱାର ପରିଦର୍ଶନ କରୁଥିଲେ । ତାଙ୍କ ଡ୍ୟୁଟି ସମୟରେ ସେ ଜାଣିବାକୁ ପାଇଲେ ଯେ ପ୍ରତ୍ୟେକ ମୋବାଇଲ୍ ଟାୱାରରେ ୨୪ ଟି ବ୍ୟାଟେରୀ ଅଛି । ଯେହେତୁ ଏହି ବ୍ୟାଟେରୀ ଗୁଡ଼ିକର ମୂଲ୍ୟ ପ୍ରତି ବେଟେରୀ ପିଛା ୪୦,୦୦୦ ରୁ ଅଧିକ , ଆଦିତ୍ୟ ତାଙ୍କ ଭାଇ ସତ୍ୟଙ୍କ ସହିତ ସିସିଟିଭି ଏବଂ ସୁରକ୍ଷାକର୍ମୀ ନ ଥିବାରୁ ଏହି ବ୍ୟାଟେରୀ ଚୋରି କରିବାକୁ ଯୋଜନା କରିଥିଲେ । ତେଣୁ ଆଦିତ୍ୟ ଏବଂ ସତ୍ୟ ବିଭିନ୍ନ ସ୍ଥାନର ମୋବାଇଲ୍ ଟାୱାରର ବ୍ୟାଟେରୀ ଚୋରି କରିବାରେ ସଫଳ ହୋଇଥିଲେ । ଚୋରି କରିବା ପରେ ସେମାନେ ଏହାକୁ ହିଞ୍ଜିଳିର ସ୍କ୍ରାପ୍ ଡିଲର ଲିପୁନ୍ ନାୟକ ଏବଂ ବ୍ରହ୍ମପୁର ର ରାମ ଦାସ ଗୁପ୍ତାଙ୍କୁ ବିକ୍ରି କରୁଥିଲେ । ସମୁଦାୟ ୨୫୩ଟି ବିଭିନ୍ନ କମ୍ପାନୀ ର ବ୍ୟାଟେରୀ ଆସ୍କା ପୋଲିସ ଦ୍ଵାରା ଜବତ ହୋଇଛି ଯାହାର ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣା ପଡ଼ିଛି।