(ମମତା ସାମଲ)ରିପୋର୍ଟସଟୁଡେ: ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏସଓଜି ଯବାନଙ୍କ ମକଡ୍ରିଲ । ଭୁବନେଶ୍ୱରେ ଆତଙ୍କବାଦୀ ପ୍ରବେଶ କଲେ ସେମାନଙ୍କ କିପରି ମୁକାବିଲା କରାଯାଇପାରିବ, ସେନେଇ ମକଡ୍ରିଲ କରାଯାଇଛି । ଗତକାଲି ରାତିରେ ହଠାତ୍ ଦୁରଦର୍ଶନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ ଏସ୍ଓଜି ଯବାନ । ଆରମ୍ଭ ହୋଇଥିଲା ମକ୍ଡ୍ରିଲ୍ । ୫ ଜଣ ଆତଙ୍କବାଦୀ ଦୂରଦର୍ଶନ କେନ୍ଦ୍ରକୁ ହାଇଜାକ୍ କରି ନେଇଛନ୍ତି । ଏହି ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରିଛି ଓଡ଼ିଶା ପୋଲିସ ।ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, କାଉଣ୍ଟର ଟେରୋରିଷ୍ଟ ସ୍କ୍ଵାର୍ଡ ଓ ଏସ୍ଓଜିର ମିଳିତ ଅପରେସନ୍ରେ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ଉଦ୍ୟମ କରାଯାଉଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଲୁଚି ଲୁଚି ଅପରେସନ୍ ପାଇଁ ଯିବା ସହ ସୋଫିଷ୍ଟିକେଟେଡ୍ ବନ୍ଧୁକରେ ଅପରେସନ୍ ପାଇଁ ଉଦ୍ୟମ କରିଛନ୍ତି । ଏପରି ଭାବେ କରାଯାଇଥିଲା ମକ୍ଡ୍ରିଲ୍ । କିଛି ଦିନ ତଳେ ଭୁବନେଶ୍ୱର ରଙ୍ଗ ମାଟିଆରେ ଦୁଇ ଦିନ ଧରି ମକ୍ଡ୍ରିଲ୍ କରାଯାଇଥିଲା ।