ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ହେଲା ନମୁନା ପ୍ରଶ୍ନପତ୍ର

ଗଣଶିକ୍ଷା ବିଭାଗ ପ୍ରସ୍ତୁତ କଲା ନମୁନା ପ୍ରଶ୍ନପତ୍ର |

0

୨୦୨୪ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି | ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ | ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ପ୍ରଶ୍ନପତ୍ରଗୁଡ଼ିକୁ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠାଇବା ସହ ସମସ୍ତ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦେଶକ |

ମାଟ୍ରିକ ପରୀକ୍ଷା ଅନୁଯାୟୀ ଓଡ଼ିଆ, ଇଂରାଜି, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ସେଟ୍‌ ଲେଖାଏ ନମୁନା ପ୍ରଶ୍ନପତ୍ର ପଠାଯାଇଛି | ଏହାସହ ଜିଲ୍ଲାସ୍ତରରେ ଥିବା ଦକ୍ଷ ଶିକ୍ଷକମାନଙ୍କ ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ତାହାକୁ କୋସଚୀନ ବ୍ୟାଙ୍କ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି |