ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମୋଦୀ

0

ଦିଲ୍ଲୀ  ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ । ଏବଂ ତାଙ୍କ ସହ ଅଚନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।  ଗୃହମନ୍ତ୍ରୀ  ଅମିତ୍‌ ଶାହ ମଧ୍ୟ ପହଞ୍ଚି ସାରିଛନ୍ତି । ଯାହା ଫଳରେ ଏବେ ଦିଲ୍ଲୀ କାର୍ଯ୍ୟାଳରେ କର୍ମକର୍ତ୍ତାଙ୍କ ପ୍ରବଳ ଭିଡ ଥିବା ଦେଖା ଦେଇଛି ।  ବାଣ ଫୁଟାଇ  ବିଜୟ ଉତ୍ସବ ପାଳିଛି ଦିଲ୍ଲୀ ବିଜେପି  ।  ମିଠା ଖାଇଲେ ଆଉ ତା ସହ ନେତା ଓ କର୍ମି ନାଚିଲେ । ଏହି ବିଜୟ ସମାରୋହରେ ଜନତାଙ୍କୁ ସମ୍ବୋଧିତ କରିଥିଲେ  ମୋଦୀ । ମୋଦୀ କହିଛନ୍ତି ଜନତା ଦିଲ୍ଲୀକୁ  ଆପ୍‌-ଦା  ମୁକ୍ତ କରିଛନ୍ତି । ଦିଲ୍ଳୀବାସୀ ହୃଦୟ ଖୋଲା ଭଲପାଇବା ଦେଇଛନ୍ତି । ଦିଲ୍ଲୀବାସୀଙ୍କ ଋଣ ମୋ ଉପରେ ରହିଛି । ବିକଶିତ ଭାରତର ରାଜଧାନୀ ହେବ ଦିଲ୍ଳୀ ।

୨୭ ବର୍ଷ ପରେ ଦିଲ୍ଲୀ ଦଖଲ କଲା ଭାରତୀୟ ଜନତା ପାର୍ଟି । ତୃତୀୟ ଥର କ୍ଷମତାକୁ ଆସିବାର ଆପ୍‌ ଯେଉଁ ସ୍ବପ୍ନ ଦେଖୁଥିଲା ତାହା କେବଳ ସ୍ବପ୍ନରେ ହିଁ ରହି ଯାଇଛି  । ୭୦ ବିଧାନସଭା ଆସନରେ ଭୋଟ୍‌ ହେବା ପରେ ସାମ୍ନାକୁ ଆସିଥିଲା ଏକଜିଟ୍‌ ପୋଲ । ଏକଜିଟ୍‌ ପୋଲରେ ଚିତ୍ର ସ୍ପଷ୍ଟ ଦିଶୁଥିଲା କି, ଏଥର ବିଜେପି ବାଜି ମାରିବ ବେଲି । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ବି ବିଜେପି ବାଜି ମାରୁଥିବା ଚିତ୍ର ସ୍ପଷ୍ଟ ହୋଇଥିଲା । ସେପଟେ ପରାଜୟକୁ ସ୍ବୀକାର କରି କେଜ୍ରିୱାଲ କହିଛନ୍ତି ଦିଲ୍ଲୀବାସୀଙ୍କ ନିଷ୍ପତ୍ତିକୁ ଆମେ ଗ୍ରହଣ କରିଛୁ, ବିରୋଧୀ ଦଳରେ ରହି ଲୋକଙ୍କ ଲାଗି କାମ କରିବୁ ।