(ପ୍ରିୟଦର୍ଶନୀ ସ୍ୱାଇଁ)ମୁମ୍ବାଇ: ଚଳିତ ମାସ ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ‘ପିଏମ୍ ନରେନ୍ଦ୍ର ମୋଦୀ’ର ଟ୍ରେଲର ରିଲିଜ୍ ହେବାପରେ ଏହି ଟ୍ରେଲରକୁ ନେଇ ବହୁତ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଟ୍ରେଲରରେ କ୍ରେଡିଟିରେ ଗୀତିକାର ତାଲିକାରେ ୭୪ ବର୍ଷୀୟ ଗୀତିକାର ଜାଭେଦ୍ ଅଖତର୍ ନା ରହିଛି । ଜାଭେଦ୍ ଅଖତାର ନିଜର ଟ୍ବିଟର ଆକାଉଣ୍ଟରେ ନିଜ କ୍ରୋଧର କାରଣ ଜଣାଇବା ସହିତ ଫଟୋ ମଧ୍ୟ ସେୟାର୍ କରି ଲେଖିଛନ୍ତି, କି ‘ମୁଁ ଏହି ଫିଲ୍ମର ପୋଷ୍ଟରରେ ନିଜ ନାଆଁ ଦେଖି ବିସ୍ମିତ’। କାରଣ ଏହି ସିନେମା ପାଇଁ ସେ କୌଣସି ବି ଗୀତ ଲେଖି ନାହାନ୍ତି। ଏମିତିରେ ବିନା କୌଣସି କାରଣରେ ତାଙ୍କ ନାମ ଫିଲ୍ମର କ୍ରେଡିଟରେ ଲେଖା ହୋଇଛି ।
ଏହାର ଗୀତିକାର ତାଲିକାରେ ଜାଭେଦ୍ ଅଖତରଙ୍କ ବ୍ୟତୀତ ପ୍ରସୁନ ଯୋଶୀ, ଅଭେନ୍ଦ୍ର କୁମାର ଉପାଧ୍ୟୟ, ସାରଦା, ଗୈରି ଜି ଓ ଲଭରାଜଙ୍କ ନାଆଁ ମଧ୍ୟ ଅଛି।