‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ୧୧ ଦିନର ବ୍ରତ ଭାଙ୍ଗିଛନ୍ତି ମୋଦି

0

ଉତ୍ତରପ୍ରଦେଶ : ବହୁ ଅପେକ୍ଷାର ଅନ୍ତ ଘଟିଛି । ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀ ରାମଲାଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ତେବ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ତାଙ୍କର ୧୧ଦିନର ଉପବାସ ଭାଙ୍ଗିଛନ୍ତି । ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ ଖୁଆଇ ତାଙ୍କର ଉପବାସ ଭଙ୍ଗ କରିଛନ୍ତି। ମୋଦୀ ତାଙ୍କର ୧୧ ଦିନିଆ ଉପବାସକୁ ସଫଳତାର ସହ ସମାପ୍ତ କରିଥିବାରୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତିକୁ ପ୍ରଶଂସା କରିଛନ୍ତି। ସୂଚନା ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆଗରୁ ୧୧ ଦିନିଆ ବ୍ରତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୈନିକ ଗୋଟାଏ ‘ବିଶେଷ ମନ୍ତ୍ର’ ପାଠ କରୁଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଅଧ୍ୟାତ୍ମିକ ଜଗତ୍ ସହିତ ଜଡ଼ିତ ଜଣେ ମହାପୁରୁଷଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଗ୍ରହଣ କରିଥିଲେ। ସେଥିପାଇଁ ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ୧ ଘଣ୍ଟା ୧୧ ମିନିଟ୍ ଧରି ଏହି ମନ୍ତ୍ର ଜପ କରି ଆସୁଥିଲେ। ୧୧ ଦିନିଆ ବ୍ରତ ସକାଶେ ମନ୍ତ୍ରଟି ବେଶ୍ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।