(ଭାରତ ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ” ଗୁଡ଼ ଫ୍ରାଇ ଡେ” ରେ ଯୀଶୁ ଖ୍ରୀଷ୍ଟଙ୍କ ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଆଜି ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ସଂଘର୍ଷ ଏବଂ ବଳିଦାନ ବିଷୟରେ ମନେ ପକାଇଥାଏ । ଦୟାର ଏକ ଆଦର୍ଶ ପ୍ରଵକ୍ତା , ଗରିବଙ୍କ ସେବା କରିବା ଏବଂ ଅସୁସ୍ଥମାନଙ୍କୁ ସାହାଯ୍ୟ କରିବା ପାଇଁ ସମରର୍ପିତ । କହିବାକୁ ଗଲେ , ବାଇବଲ-ଖ୍ରୀଷ୍ଟିଆନ ଧର୍ମର ପବିତ୍ର ଶାସ୍ତ୍ର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କୁ ଶୁଳୀରେ ଚଢାଇ ମୃତ୍ୟୁ ପ୍ରଦାନ କରାଯାଇଥିଲା। ଏହା ପ୍ରତିବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲରେ ପାଳନ କରାଯାଏ । ଯେଉଁଦିନରେ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମନେ ପକାନ୍ତି। ଏହା ଶୁକ୍ରବାର ଦିନ ଇଷ୍ଟର ରବିବାର ପୂର୍ବରୁ ପାଳନ କରାଯାଏ । ମୋଦି “କୃଶ ରେ ଛାଉଣା ପରେ ଯୀଶୁ ଖ୍ରୀଷ୍ଟ ପୁନର୍ବାର ଉପସ୍ଥିତ ଥିବା ଲୋକମାନଙ୍କୁ ବାର୍ତ୍ତା ଦେବାକୁ ଲାଗିଲେ। ସେଥିପାଇଁ ଇଷ୍ଟରକୁ ଗୁଡ଼ ଫ୍ରାଇ ଡେ ରୂପେ ପାଳନ କରାଯାଏ କହିଛନ୍ତି ।