ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ସାଧାରଣ ଜନତା ବେଶ ଚିନ୍ତାରେ । ଗତ ୪୫ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ବେରୋଜଗାରୀ ହାର ଦେଖିବାକୁ ମିଳିଛି । ଏସବୁ ଭିତରେ କିଛିଦିନ ତଳେ କେନ୍ଦ୍ର ସରକାର ରୋଷେଇ ଗ୍ୟାସ ଉପରେ ୨୦୦ ଟଙ୍କା ଦାମ କମ୍ କରିଥିବା ବେଳେ ଏବେ ମସୁର ଡାଲି ଉପରେ ୨୨ ପ୍ରତିଶତ ଦାମ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।