‘ସୁଭଦ୍ରା’ ଶୁଭାରମ୍ଭ କଲେ ମୋଦି, ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା

0

ଭୁବନେଶ୍ୱର : ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା । ପ୍ରଥମ କିସ୍ତି ଭାବେ ୫ହଜାର ଟଙ୍କା ଆକାଉଣ୍ଟକୁ ଯାଇଥିବା ସୂଚନା । ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟ କୁ ଗଲା ସୁଭଦ୍ରା ଟଙ୍କା । ୧୨୫୦ କୋଟି ୫୫ ହାଜର ଟଙ୍କା ପଠାଇଲେ ରାଜ୍ୟ ସରକାର ।ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ରଘୁବର ଦାସ, ୨ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ।