ନୂଆଦିଲ୍ଲୀ: ମଣିପୁରରେ ହେବ ଶାନ୍ତିର ସୂର୍ଯ୍ୟୋଦୟ । ଦୋଷୀଙ୍କୁ ମିଳିବ କଡା ସଜ୍ଜା । ମଣିପୁରରେ ଅଦାଲତରେ ଏକ ଫଇସଲା ଆସିବା ପରେ ଆରମ୍ଭ ହୋଇଛି ହିଂସା । ଅନେକ ଲୋକ ନିଜ ଆତ୍ମିୟ ଲୋକଙ୍କୁ ହରାଇଛନ୍ତି । ମହିଳାଙ୍କ ସହିତ ଅପରାଧ ଘଟିଛି । ହେଲେ ହିଂସାକୁ ରୋକିବାକୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କାମ କରିବାରେ ଲାଗିଛନ୍ତି । ମଣିପୁର ଲୋକଙ୍କ ସହ ସାରା ଦେଶ ଛିଡା ହେଇଛି ବୋଲି ଆଜି ଲୋକସଭାରେ ବିବୃତ୍ତି ରଖି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ମଣିପୁର ପ୍ରସଙ୍ଗରେ ମୋଦୀ ଆହୁରି କହିଛନ୍ତି ଯଦି ବିରୋଧୀମାନେ ଗୃହମନ୍ତ୍ରୀଙ୍କ ଚର୍ଚ୍ଚା ଉପରେ ସହମତି ଦେଖାଇଥାନ୍ତେ, ତେବେ ଏହି ପ୍ରସଙ୍ଗରେ ଲମ୍ବା ଚର୍ଚ୍ଚା ହେଇପାରିଥାନ୍ତା । ହେଲେ ବିରୋଧୀମାନେ ଏପରି କଲେନି । ତେବେ ଯଦି କେବଳ ମଣିପୁର ଉପରେ ଆଲୋଚନା କରିବାର ଥିଲା, ତେବେ ଗୃହମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଇଥାନ୍ତେ । ହେଲେ ବିରୋଧୀ କିନ୍ତୁ ସେପରି କରିନଥିଲେ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ରାଜନୀତି କରୁଛନ୍ତି ବୋଲି ମୋଦୀ କହିଛନ୍ତି ।