ବିରୋଧୀଙ୍କୁ ଜବାବ ଦେଲେ ମୋଦୀ

0

ସଂସଦ ଭିତରେ ବିରୋଧୀଙ୍କୁ ଜବାବ ଦେଲେ ପ୍ରଧାନମନ୍ତ୍ରୀ । ସଂସଦରେ ବିରୋଧୀ କେନ୍ଦ୍ର ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ । ଜାତି ଜନଗଣନା, ମହାକୁମ୍ଭରେ ଦଳାଚକଟା, ଚୀନକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇ କେନ୍ଦ୍ର ସରକାରଙ୍କୁ ଉପରେ ବିରୋଧୀ ବର୍ଷିଥିଲେ ।

ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଜବାବ୍ ଦେଇ କହିଛନ୍ତି, ଲୋକତନ୍ତ୍ରର ପରମ୍ପରା ଅନୁସାରେ ସଂସଦରେ ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ବିକଶିତ ଭାରତର ସଂକଳ୍ପକୁ ଦୋହରାଇଛନ୍ତି । ୧୦ ବର୍ଷରେ ୨୫କୋଟି ଲୋକ ଗରିବୀରୁ ବାହାରିଛନ୍ତି । ଗରିବଙ୍କୁ ମିଛ ନାରା ନୁହେଁ, ସତ ବିକାଶ ଦେଇଛି ବିଜେପି । ଆଉ କଂଗ୍ରେସର ନାଁ ନନେଇ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଗରିବଙ୍କ ଦୁଃଖକୁ ସମସ୍ତେ ବୁଝିପାରନ୍ତି ନାହିଁ । ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ସମସ୍ତେ ବୁଝିପାରନ୍ତି ନାହିଁ ।

ଆଗରୁ କୋଟି କୋଟି ଟଙ୍କା ଦୁର୍ନୀତିର ହେଡଲାଇନ୍ ପଢୁଥିଲୁ । କିନ୍ତୁ ଏବେ ଖବରକାଗଜରେ ଦୁର୍ନୀତି ଖବର ଆସୁନାହିଁ । ସେହି ସମୟରେ ହାତ ସଫା ହେଉଥିଲା । ଏବେ ବି ଦିଲ୍ଲୀରୁ ୧ଟଙ୍କା ପଠାଇଲେ ଗାଁରେ ୧୫ ପଇସା ପହଞ୍ଚୁଛି । ଆଉ ୮୫ ପଇସା କୁଆଡେ ଯାଉଛି ? ୨୦୧୪ ପୂର୍ବରୁ ବଜେଟ୍ ଲୋକଙ୍କୁ କଷ୍ଟ ଦେଉଥିଲା । ୨୦୧୩ରେ ୨ଲକ୍ଷ ଯାଏଁ ଟ୍ୟାକ୍ସ ଛାଡ ଥିଲା । ଏବେ ୧୨ ଲକ୍ଷ ଯାଏଁ ଟ୍ୟାକ୍ସ ଛାଡ ହୋଇଛି ବୋଲି କହି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।