ଭୁବନେଶ୍ୱର: ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କଲେ ମୋଦି | 1915 ମସିହାରେ ମହାତ୍ମା ଗାନ୍ଧୀ ଭାରତକୁ ଫେରିଥିଲେ | ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅତ୍ୟନ୍ତ ବିଶେଷ | ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ | ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଐତିହ୍ୟ ସ୍ଥଳୀ ରହିଛି | ସମ୍ରାଟ ଅଶୋକଙ୍କ ସମୟର ଓଡ଼ିଶା କଥା କହିଲେ ପ୍ରଧାନମନ୍ତ୍ରୀ | ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି | ଓଡ଼ିଶାକୁ ସମସ୍ତଙ୍କୁ ସ୍ଵାଗତ କରିବା ମୋ ପାଇଁ ବିଶେଷ ବୋଲି କହିଲେ ମୋଦି |
ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ | ପ୍ରବାସୀ ମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେ ନି ଭୁଲି ହେବ ନାହିଁ | ସମସ୍ତ ପ୍ରବାସୀ ମାନଙ୍କୁ ଧନ୍ୟବାଦ୍ ଦେଲେ ମୋଦି | କାରଣ ଆପଣ ମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ | ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀ ମାନଙ୍କର ପ୍ରଶଂସା କରନ୍ତି | ଗଣତନ୍ତ୍ର ଆମ ଜୀବନର ଅଂଶ, ଆମେ ଯେଉଁ ଦେଶକୁ ଯାଆନ୍ତି, ସେହି ଦେଶର ବିକାଶ ପାଇଁ ସହଯୋଗ କରିଥାଆନ୍ତି | ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଗତିରେ ଆଗକୁ ବଢୁଛି, ତାହା ଅପୂର୍ବ ବୋଲି କହିଲେ ମୋଦି | ଭାରତରେ 25 କୋଟି ଲୋକ ଗରିବ ସୀମା ରେଖା ତାକୁ ବାହାରକୁ ଆସୁଛନ୍ତି | 10 ବର୍ଷରେ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଛି ଭାରତ | ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବା ପାଇଁ ଭାରତକୁ ବେଶୀ ଦିନ ଲାଗିବ ନାହିଁ | ଡିଜିଟାଲ ଟେକ୍ନୋଲୋଜି ପାଇଁ ଭାରତ ଆଜି ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛି | ମେଟ୍ରୋ, ବୁଲେଟ ଟ୍ରେନ ପ୍ରକଳ୍ପ ଭଳି ଯୋଜନା ଦ୍ଵାରା ଭାରତ ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି |
ମେଡ ଇନ୍ ଇଣ୍ଡିଆ ପ୍ଲେନ୍ ତିଆରି କରୁଛି ଭାରତ | ଭାରତର ବୈଶିକ ଭୂମିକା ବଢୁଛି, ଭାରତର ମତ ସାରା ଦୁନିଆ ଶୁଣିଛି | ଭାରତର ଦକ୍ଷତା ଆଜି ସାରା ବିଶ୍ବ ଦେଖୁଛି | ଆସନ୍ତା କାଲି ରାଷ୍ଟ୍ରପତି ଅନେକ ପ୍ରବାସୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ବି ଦେବେ | ଆଗାମୀ କିଛି ବର୍ଷ ଭିତରେ ଭାରତ ସବୁଠୁ ଯୁବ ସ୍କିଲଡ ଦେଶରେ ପରିଣତ ହେବ | କୌଣସି ଭାରତୀୟ ବିଦେଶ ଗଲେ ଉନ୍ନତ କୌଶଳ ସହ ଯାଆନ୍ତୁ | ସେଥିପାଇଁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର…