ଶିଳ୍ପ ଭାଗିରଥି ସାଜି ଶିଳ୍ପ ପତି ମାନଙ୍କୁ ଧରି ଓଡ଼ିଶା ପ୍ରଥମ ଥର ପାଇଁ ଆସିବେ ମୋଦି : ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ

0

 ଭୁବନେଶ୍ୱର:  ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ । ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା । ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପାନୁଷ୍ଠାନ ଖୋଲିବ ।  ଉତ୍କର୍ଷ ଓଡିଶା ଯୁଗାନ୍ତକାରୀ ଓ  ଏତିହାସିକ ହେବ ।  ଓଡିଶାର ପ୍ରତି ଜିଲା କୁ  ଆଗକୁ ନିଆଯିବ ତାହା ଆମର ପରିକଳ୍ପନା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ ।   ଓଡ଼ିଶା ରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ ।  4 ଟି ସେସନ ହେବ । 16 କ୍ଷେତ୍ରୀୟ ସେସନ  ରହିଛି .ବିଭିନ୍ନ ସେକ୍ଟରର  ଶିଳ୍ପ ଓଡ଼ିଶା ଆସିବ ।   ଗତ ସରକାରରେ ସବୁ ସମ୍ଭାବନା ଥାଇ ବି ଶିଳ୍ପ ମରୁଭୂମି ଥିଲା । ମେକ ଇନ ଓଡ଼ିଶା ଯାହା ପୂର୍ବ ସରକାର କରିଥିଲେ, ସେଥିରେ କେବଳ ମେଟାଲ ଇଣ୍ଡଷ୍ଟ୍ରି ଉପରେ ଫୋକସ ଦିଆଯାଉଥିଲା ।  ଏଥର ସବୁ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ ।  ମୋହନ ସରକାର ଏହି ସାତ ମାସରେ 2ଲକ୍ଷ 75 ହଜାର କୋଟିର ନିବେଶ ପାଇଁ 159 ଶିଳ୍ପ ସଂସ୍ଥାକୁ ସିଂଗିଲ window ଅନୁମୋଦନ ମିଳିଛି ।  ଏଥିରେ 2 ଲକ୍ଷ 15 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରଥମ ଥର ପାଇଁ ମେକ ଇନ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି ।