ସନ୍ତୁଳା ଠାରୁ ନେଇ ଭେଜ ବିରିୟାନୀ ସବୁ କିଛି ଥିଲା ମୋଦିଙ୍କ ଥାଳିରେ….

0

ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ପରଷା ଗଲା ଓଡ଼ିଆ ଖାଦ୍ୟ। ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ମୋଦିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ରାତ୍ରି ଭୋଜନରେ ପ୍ରାୟ ଓଡ଼ିଆ ଖାଦ୍ୟ ମୋଦିଙ୍କୁ ଦିଆଯାଇଥିଲା। ଶ୍ରୀ ମୋଦିଙ୍କ ଥାଳିରେ ଥିଲା ସନ୍ତୁଳା, ଜହ୍ନି ରାଇ, ଡାଲମା, ଭେଣ୍ଡି ଭୁଜି, ଆଳୁ ମେଥି, ଡାଲ ମଖାନୀ, ମଟର ପନୀର, ଗୁଜରାଟୀ କଢ଼ି, ଭେଜ୍ ଦମ୍ ବିରିୟାନି, ମୁଗ ଡାଲି ଖେଚୁଡ଼ି, ରୁଡି, ଛେନା ପୋଡ଼ ଇତ୍ୟାଦି ବିଭିନ୍ନ ପ୍ରକାରର ଖାଦ୍ୟ। ପ୍ରଧାନମନ୍ତ୍ରୀ ସୁଦ୍ଧ ଶାକାହାରୀ ହୋଇଥିବାରୁ ତାଙ୍କ ଖାଦ୍ୟ ପାଇଁ ରାଜ୍ୟ ବିଜେପି ସ୍ବତନ୍ତ୍ର ଧ୍ୟାନ ରଖିଥିଲା।