ଭଦ୍ରକ/ସେକ ଫାଇଜାନ କାଦ୍ରି : ମହାଳୟା ସମୟରେ ପିତୃ ପୁରଷଙ୍କୁ ପିଣ୍ଡଦାନ ଦେବା ପାଇଁ ଇଣ୍ଡିଆନ ରେଲୱେ କେ୍ଟେରିଙ୍ଗ ଏବଂ ଟ୍ରୁିଜିମ କରୋପରେସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ୨୫ ସେପ୍ଟେମ୍ବର ରୁ ସିକେନ୍ଦ୍ରାବାଦ ଠାରୁ ବାହାରି ଓଡିଶାର ୫ ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ । ଏହି ଟ୍ରେନଟି ବାରଣାସୀ, ପ୍ରୟାଗରଜ ଓ ଗାୟରେ ରହିବ ବୋଲି ଭଦ୍ରକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ା. କ୍ରାନ୍ତିପି ସ୍ୱାବରକର ସୂଚନା ଦେଇଛନ୍ତି । ସେହିପରି କ୍ରମେ ତୀର୍ଥ ଯାତ୍ରୀ ମାନଙ୍କ ସୁବିଧା ପାଇଁ କୋଭିଡ଼ି ସମୟରେ ଏପରି ସୁବିଧା ରେଳ ବିଭାଗ ପକ୍ଷରୁ କରାଯାଇଛି । ଏହି ଟ୍ରେନରେ ସବୁ ବର୍ଗର ଲୋକମାନେ ତୀର୍ଥ କରିବା ପାଇଁ ଯାଇପାରିବେ । ବିଶେଷ କରି ଏହି ଟ୍ରେନଟି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, ଭୁବେନେଶ୍ୱର, କଟକ, ଯାଜିପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଯିବାକୁ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନେ ବିଶେଷ ସୁବିଧା ପାଇ ପାରିବେ । ତା ସହିତ ଏହି ପକେଜ ଟୁର ରେ ରହିବା, ଖାଇବା ଓ ବୁଲିବାରେ ବ୍ୟବସ୍ଥା କରିବା ସହିତ ଡାକ୍ତର ଟିମ ଓ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି ।