ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ଆକ୍ସନ

0

ବ୍ୟୁରୋ : କଟକରେ ବହୁଳ ଭାବେ ବ୍ୟବହାର ହେଉଛି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ। ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ନୂଆ ସରକାରଙ୍କ ବଡ଼ ଆକ୍ସନ । ଚଳିତବର୍ଷ କେବଳ ୬ ମାସ ମଧ୍ୟରେ କଟକ ଜିଲ୍ଲାରୁ ଜବତ ହେଲାଣି ୧୮୦୦ କେଜି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ୨୦୨୩-୨୪ ମସିହାରେ ୧୭୬ ଗୋଟି ପ୍ରମୁଖ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ଦିଗରେ ପଦକ୍ଷେପ ନିଆଯାଇଛି । ଦୁଇଟି ଦର୍ଶନୀୟ ସ୍ଥଳୀ ଯଥା ଦାରିଂବାଡ଼ି, କନ୍ଧମାଳ ଏବଂ ଚନ୍ଦ୍ରଭାଗା, କୋଣାର୍କକୁ ପାଇଲଟ ପ୍ରୋଜେକ୍ଟ ରୂପେ ନିଆଯାଇଛି ଓ ପଲିଥୁନ ମୁକ୍ତ ପାଇଁ ସଚେତନ କରିବା ସଂଗେ ସଂଗେ ସ୍ଥାନୀୟ ଜନ ସାଧାରଣ, ସ୍କୁଲ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ବନ ବିଭାଗ ଓ ବେସରକାରୀ ଅନୁଷ୍ଠାନ (ଘଏଙଗ୍ଦ) ମାନଙ୍କୁ ନେଇ କାର୍ୟ୍ୟକ୍ରମ କରାଯାଇଅଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ୧୬୨ ଗୋଟି ବୃହତ ଶିଳ୍ପ କାରଖାନାମାନଙ୍କୁ ସେମାନଙ୍କ ଆବାସିକ ତଥା ଶିଳ୍ପାଞ୍ଚଳଙ୍କୁ ପଲିଥୁନ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ବରରେ ୬ ଗୋଟି ପ୍ରମୁଖ ମାର୍କେଟ କଂପ୍ଲେକ୍ସରେ କପଡା ବ୍ୟାଗ ଭେଣ୍ଡିଙ୍ଗ ମେସିନ ବସାଯାଇଅଛି। ୨୦୨୪ ମସିହାର ପୁରୀ ରଥଯାତ୍ରା ସମୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହିନ୍ଦୁସ୍ତାନ କୋକା-କୋଲା ବେଭରେଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ୧୭ ହଜାର କିଲୋଗ୍ରାମ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଓ ୮ ଲକ୍ଷ ୫୦ ହଜାର ପେଟ୍ ବୋତଲ ସଂଗ୍ରହ କରାଯାଇଥିଲା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।