ମହାନଦୀ ଅବବାହିକାରେ ୭ ଟି ବ୍ୟାରେଜ କରିବେ ମୋହନ ସରକାର

0

ଭୁବନେଶ୍ୱର ;ମହାନଦୀ ଅବବାହିକାରେ ୭ ଟି ବ୍ୟାରେଜ କରିବେ ମୋହନ ସରକାର । ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା, ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅଛି ମହାନଦୀରେ ଅବବାହିକାରେ ବ୍ୟାରେଜ ପାଇଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ ।  ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରାଯିବ ।  ଏହା ସହ ପାଣି ଆସିବା ନେଇ ଉଦୟପୁର ଠାରେ ଛତିଶଗଡ଼ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ଉଭୟ ରାଜ୍ୟର କମିଶନର ବସି ଆଲୋଚନା କରିଛନ୍ତି ।  ପାନୀୟ ଜଳ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀ ।