ମହାନଦୀ ସେତୁ ଉପରେ ଉଜ୍ଜ୍ୱଳ ଆଲୋକ ପାଇଁ ଗ୍ରାମବାସୀଙ୍କ ଦାବି

0

ସୋନପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଳାପାଳ କାର୍ୟ୍ୟାଳୟରୁ ପଟାଭାଡ଼ି ଦେଇ ବୁଢ଼ାରାଜା ଛକ ଓ ମହାନଦୀ ବ୍ରିଜ ପର୍ୟ୍ୟନ୍ତ ହୋଇଥିବା ଆଲୋକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇଇପଡିଥିବା ବେଳେ ଏହାକୁ ମରାମତି କରାଯିବା ଓ ବିରାମହାରାଜପୁର ଉପଖଣ୍ଡ ରୁ ସୋନପୁର କୁ ଯୋଗ କରୁଥିବା ମହାନଦୀ ସେତୁ ଉପରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି। ସେହିପରି ମନୁମୁଣ୍ଡା ତେଲନଦୀ ସେତୁକୁ ମଧ୍ୟ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦ୍ରୁଢ ଦାବି କରାଯାଇଛି। ଅନ୍ଧାର ପାଇଁ ଏହି ସେତୁମାନଙ୍କରେ ସବୁବେଳେ ଦୁର୍ଘଟଣା ମାନ ଘଟିତ ହୋଇ ଲୋକଙ୍କ ପ୍ରାଣହାନୀ ଘଟୁଥିବା ଦେଖାଯାଉଛି। ପୁଣି ଅନ୍ଧାର ପାଇଁ ବ୍ରିଜ ଉପରେ ଦିନ ପ୍ରତିଦିନ ଚୋରି, ରାହାଯାନୀ ଓ ଲୁଟ ତରାଜ ବଢି ଚାଲିଛି ବୋଲି ବିଜେପି ନେତା ତଥା ବରିଷ୍ଠ ଓକିଲ ଶ୍ରୀ ବଳଦେବ ବେଦବାକ ଜିଲ୍ଳାପାଳ ଙ୍କୁ ଭେଟି ଦୃଢ ଦାବି କରିବା ସଙ୍ଗେ ସଙ୍ଗେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ସାଙ୍ଗରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସୁରେଶ ପାତ୍ର, ଦାସଦୀପ୍ତ ମହାପାତ୍ର, ମିଥୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।