(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗତକାଲି ମାଲକାନାଗିରିର ମାଥିଲି ବ୍ଲକ କୁକୁରକୁଣ୍ଡ ଗାଁରୁ ତିନି ଜଣଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ । ଆଜି ଅପହୃତଙ୍କ ମଧ୍ୟରୁ ଜଣଙ୍କ ଗଳାକାଟି ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଗୁଜା କୋବସି। ମାଓବାଦୀମାନେ ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ମାଡମାରି ଛାଡି ଦେଇଛନ୍ତି।
ମାଲକାନଗିରିରେ ପୁଣି ଥରେ ମାଓବାଦୀ ନିଜର ଆଧିପତ୍ୟ ଜାହିର କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ତିନି ଜଣଙ୍କୁ ଲାଲବାହିନୀ ଉଠାଇ ନେଇଥିଲେ। ପୋଲିସ ଇନ୍ଫର୍ମର ସନ୍ଦେହରେ ସେମାନଙ୍କୁ ଅପହରଣ କରାଯାଇଥିଲା। ସେମାନେ ହେଲେ ଗୁଜା କୋବାସି, ସୋମା ସୋଢି ଓ ଓଙ୍ଗା କାଲମାଳି । ତେବେ ଗୁଜା କୋବସିଙ୍କୁ ପ୍ରଜାକୋର୍ଟରେ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିସ୍ତୁକ ମାଡ ମାରି ଛାଡି ଦେଇଛନ୍ତି ମଓବାଦୀ ।