ଦୁଇ ଆଖି ବଦଳାଇଦେଲା ଭାଗ୍ୟ : ମୋନାଲିସା ପିନ୍ଧୁଛନ୍ତି ହୀରା ହାର

0

ରୁଦ୍ରାକ୍ଷ ମାଳା ବିକୁଥିଲେ ଏବେ ହୀରା ହାର ପିନ୍ଧୁଛନ୍ତି । ନିଜ ଆକର୍ଷଣୀୟ ଦୁଇ ନୟନ ପାଇଁ ରାତାରାତି ବନିଯାଇଥିଲେ ଷ୍ଟାର । ହଁ ଆପଣ ଠିକ୍ ଭାବୁଛନ୍ତି ମହାକୁମ୍ବର ଭାଇରାଲ ଗାର୍ଲ ମୋନାଲିସା ଭୋସଲେ । ରୁଦ୍ରାକ୍ଷ ମାଳା ବିକ୍ରି କରି ଇଣ୍ଟରନେଟ ସେନସେସନ୍ ପାଲଟିଥିଲେ ମୋନାଲିସା । ମଧ୍ୟପ୍ରଦେଶ ମହେଶ୍ୱରର ଏହି ସୁନ୍ଦରୀଙ୍କ ଦେଖିବାକୁ ଲାଗିଥିଲା ଭିଡ ।

डायमंड ज्वेलरी में जबरदस्त फोटोशूट कराती नजर आईं Monalisa, देख लोग बोले- हीरे जैसा बदला नसीब | monalisa did photoshoot in diamond jewellery video going viral

ଆର୍ଥିକ ପରିସ୍ଥିତି ଖରାପ ଥିଲା ସତ ହେଲେ ତାଙ୍କ ସୁନ୍ଦରତାରେ ସେ କିଣିଥିଲେ ସମସ୍ତଙ୍କ ମନ । ସୋସିଆଲ ମିଡିଆରେ ରାଜ କରିବା ପରେ ତାଙ୍କୁ ମିଳିଥିଲା ବଲିଉଡ ଅଫର୍ । ଏହାରି ଭିତରେ ମୋନାଲିସାଙ୍କ ମେକଓଭର୍ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ବର୍ତ୍ତମାନ ତାଙ୍କର ରିସେଣ୍ଟ ଫଟୋସୁଟ୍ ର ଏବେ ଭାଇରାଲ ହୋଇଛି । ସେ ଫଟୋ ଦେଖିଲେ ତାଙ୍କୁ ଚିହ୍ନିହେଉନି ।


ଭାଇରାଲ ହେଉଥିବା ଫଟୋ ଅମେରା ଡାଇମଣ୍ଡସ୍ ପକ୍ଷରୁ ହୋଇଛି । ବ୍ଲାକ୍ କଲର୍ ବ୍ଲେଜର୍, ପ୍ୟାଣ୍ଟ ସହ ହୀରାର ହାର, କାନଫୁଲ ଓ ମୁଦି ପିନ୍ଧି ସେ ସୁନ୍ଦର ଦିଶୁଛନ୍ତି । ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । କିପରି ରାତାରାତି ଜଣେ ସାଧାରଣ ଝିଅ ଜୀବନରେ ବଡ ପରିବର୍ତ୍ତନ ଆସିଲା ସେନେଇ ଚର୍ଚ୍ଚା ହେଉଛି ।