ଏହି ଗୀତରେ ଡ୍ୟାନ୍ସ କରି ଟ୍ରୋଲ୍ ହେଲେ ମୋନାଲିସା
ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଷ୍ଟାରର୍ ଫିଲ୍ମ ‘ପୁଷ୍ପା’ ଜବରଦସ୍ତ ହିଟ୍ ହୋଇଛି।
(ମୁମ୍ବାଇ) : ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଷ୍ଟାରର୍ ଫିଲ୍ମ ‘ପୁଷ୍ପା’ ଜବରଦସ୍ତ ହିଟ୍ ହୋଇଛି। ଫିଲ୍ମର ଗୀତରେ ଫ୍ୟାନ୍ସଙ୍କ ଠାରୁ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ଡ୍ୟାନ୍ସ କରୁଛନ୍ତି। ବର୍ତ୍ତମାନ ଭୋଜପୁରୀ ଅଭିନେତ୍ରୀ ମୋନାଲିସା ଏବଂ ତାଙ୍କ ସ୍ୱାମୀ ବିକ୍ରାନ୍ତ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ନିକଟରେ ମୋନାଲିସା ଇନଷ୍ଟାଗ୍ରାମରେ ପୁଷ୍ପାର ପ୍ରସିଦ୍ଧ ଗୀତ ‘ସାମି-ସାମି’ରେ ତାଙ୍କ ଡ୍ୟାନ୍ସର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଏହି ଗୀତର ମଜାକ ଉଡ଼ାଇଥିବା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ , ଭିଡିଓରେ ସେ ରଶ୍ମିକାଙ୍କ ଷ୍ଟେପକୁ ଭୁଲ୍ ଢଙ୍ଗରେ କରିଛନ୍ତି ଏବଂ ଅନେକ ଲୋକ ତାଙ୍କ ଆଉଟଫିଟକୁ ନେଇ ଏଣୁ ତେଣୁ କହୁଛନ୍ତି। ମୋନାଲିସାଙ୍କ ଡ୍ୟାନ୍ସ ଦେଖି ସମସ୍ତେ ତାଙ୍କୁ ଏହି ଭିଡିଓ ଡିଲିଟ କରିବାକୁ କହୁଛନ୍ତି। ଏଥି ସହିତ, କିଛି ୟୁଜର୍ସ ଅଭିନେତ୍ରୀଙ୍କ ଏହି ଡ୍ୟାନ୍ସ ପାଇଁ ତାଙ୍କୁ ଅନଫଲୋ କରିବାକୁ କହୁଛନ୍ତି। ଅନେକ ଲୋକ କମେଣ୍ଟରେ ଲେଖିଛନ୍ତି ଗୀତରେ ଅଧିକ ହଲିବାର ନଥିଲା ଏବଂ ଏତେ ଓଭର୍ ଆକ୍ଟିଂର ମଧ୍ୟ ଆବଶ୍ୟକତା ନଥିଲା ।