ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯିବ ଟଙ୍କା; ୪୮ ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି

0

ରିପୋଟର୍ସ ଟୁଡେ;- ୪୮ ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି । ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯିବ ଟଙ୍କା । ଲକ୍ଷପତି ଦିଦି ମାଧ୍ୟମରେ ୨୫ଶହ କୋଟିର ଅର୍ଥ ରାଶିର ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ । ଏଥିରେ ୪ ଲକ୍ଷ ୩୦ ହଜାର ସ୍ୱୟଂ ସହାୟକ ଗ୍ରୁପର ୪୮ ଲକ୍ଷ ସଦସ୍ୟ ହେବେ ଉପକୃତ । ଏଥିସହ ୨୬ ଲକ୍ଷ ମହିଳାଙ୍କୁ ୫ ହଜାର କୋଟିର ଋଣ ରାଶି ପ୍ରଦାନ କରିବେ ଆଜି ମହାରାଷ୍ଟ୍ରରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରୁ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କ ସହମୋଟ ୪୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପଠାଇବେ । ପ୍ରଧାନମନ୍ତ୍ରୀ । ଏଥିରେ ୨ ଲକ୍ଷ ୩୩ ହଜାର ସ୍ବଂୟ ସହାୟକ ଗ୍ରୁପ ଉପକୃତ ହେବେ । ଏହି ଯୋଜନା ଆରମ୍ଭ ହେବାଠୁ ଏର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ଉପକୃତ ହେଲେଣି ।