(ଜୟନ୍ତ କୁମାର ସେଠୀ) : ଯିଏ ଦିନେ ପରିବାରର ବୋଝ ନିଜ କାନ୍ଧରେ ବୋହି ନେଇ ପରିବାରର ଦୁଃଖ ଲାଘବ କରୁଥିଲା, ସେ ଏବେ ପରିବ।ର ପାଇଁ ପାଲଟିଯାଇଛି ବୋଝ । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ରାହଁଗେ।ରଡା ଗ୍ରାମପଚଂ।ୟତ ଖଣ୍ଡସାହି ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ଘରେ । କାର୍ୟ୍ୟକରୁଥିବା ସମୟରେ ଦୁର୍ଘଟଣା ଘଟି ଅଣ୍ଟା ଜନିତ ସମସ୍ୟା ଯୋଗୁଁ ହୁଇଲ ଚେୟାର ରେ ୫ ବର୍ଷରୁ ଉର୍ଦ୍ଦ ଜିବନ କଟିଥିବା ବେଳେ ଅର୍ଥଭାବ ଯୋଗୁଁ ଚିକିତ୍ସା ରେ ଡୋରି ଲାଗିଛି । କେବଳ ଚିକିତ୍ସା ନୁହେଁ ଅର୍ଥାଭାବ ଯୋଗୁଁ ବର୍ଷ ବର୍ଷ ଧରି ଝାଟିମାଟି କୁଡିଆ ପଲିଥିନ ତଳେ ଜିବନ ବିତୁଛି ପରିବାର ଲୋକଙ୍କର ।
ଏବେ ଲକ୍ଷ୍ମିଧରଙ୍କ ପତ୍ନୀ ପରିବାର ଭରଣପୋଷଣର ଏକମାତ୍ର ମାଧ୍ୟମ । ପାଖରେ ଥିବା ସରକାରୀ ସ୍କୁଲରେ ରୋଷେୟା ସହାୟିକା ଭାବରେ କାର୍ୟ୍ୟକରି ନିଜ ସ୍ଵାମୀ ଓ ୪ ଝିଅଙ୍କ ପେଟରେ ଅ।ହାର ଯୋଗାଉଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ସାହାର୍ୟ୍ୟ କରାଯାଇ ପାରିଲେ ଲକ୍ଷ୍ମୀଧର ସୁସ୍ଥତା ଲାଭ କରି ପାରିବା ସହିତ ତାର ପାରିବାରିକ ସମସ୍ୟା ଦୂର ହୋଇପାରନ୍ତା ବୋଲି ଗ୍ରାମବାସୀ ଦାବି କରିଛନ୍ତି । .ଲକ୍ଷ୍ମୀଧର ପରିବାର ଲୋକେ ଚିକିତ୍ସା ପାଇଁ ଅ।ବେଦନ କଲେ ସେମାନଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମଂତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ଯୋଗାଇ ଦିଅ।ଯିବା ସହିତ ତଦନ୍ତ କରି ତାକୁ ପକ୍କା ଗୃହ ଯୋଜନାରେ ସାମିଲ କରାଯିବାର ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଡିଓ ।