ଟଙ୍କା ଶୋଷୁଛି ଘରୋଇ ମେଡିକାଲ୍

ମଣିଷ ଜୀବନକୁ ନେଇ ଟଙ୍କା ଖେଳ

0

କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ଝାରପଡା ଅଞ୍ଚଳର ବଟକୃଷ୍ନ ପ୍ରଧାନ ଜଣେ ଦିନ ମଜୁରିଆ ।ମଜୁରି କଲାବେଳେ ସେ ଖସି ପଡିଥିଲେ ।ତାଙ୍କୁ ପ୍ରଥମେ ଅଡଶପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।ସେଠାରେ କିଛିଦିନ ପଡିବାପରେ ତାଙ୍କୁ ଗତ ମାସ ୩୧ ତାରିଖରେ ଏସ୍ସିବି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏସ୍ସିବି ଡାକ୍ତରଖାନାରେ ଡାକ୍ତର ଅପରେସନ୍ ଜରୁରି ବୋଲି କହିଥିଲେ, କିନ୍ତୁ କୌଣସି ବନ୍ଦୋବସ୍ତ ନକରାଇ ଦିନ ଗଡାଇଥିଲେ ।ରୋଗୀ ନିରାଶ ହେବାପରେ ‘ଏସ୍ସିବିରେ ଡେରି ହେବ,ମହାନଦୀ ବିହାର ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଅପରେସନ୍ କଲେ ରୋଗୀ ତୁରନ୍ତ ସୁସ୍ଥ ହେବ’ବୋଲି ରୋଗୀ ଙ୍କ ସମ୍ପର୍କୀୟଙ୍କୁ ବୁଝାଇଥିଲେ ଡାକ୍ତର ।ଏଥିରେ ରୋଗୀଙ୍କ ସମ୍ପର୍କୀୟ ରାଜିହେବା ସହିତ ଚଳିତ ମାସ ୭ ତାରିଖରେ ଡାକ୍ତରଙ୍କ ସହଯୋଗରେ ରୋଗୀ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ ।ରୋଗୀଙ୍କର ୯ତାରିଖରେ ଅପରେସନ୍ ହୋଇଥିଲା ଏହାପରେ ରୋଗୀ ଠିକ୍ଠାକ୍ ଥିଲେ ବୋଲି ଡାକ୍ତର କହିଥିଲେ ।କିନ୍ତୁ ରୋଗୀଙ୍କୁ ଆଇସିୟୁ ରେ ରଖିବା ଓ ତାଙ୍କ ପରିବାର ଲୋକଙ୍କୁ ଦେଖାକରିବାକୁ ଦିଆଯାଉନଥିବାର ସନ୍ଦେହ ବଢିବା ସହିତ ଅଭିଯୋଗ କରିଥିଲେ ପରିବାର ।ହସ୍ପିଟାଲ୍ କତୃପକ୍ଷ ବିଏସ୍କେୱାଇ କାର୍ଡକୁ ନେଇ କାଗଜପତ୍ର କରିସାରିବା ପରେ ବଟକୃଷ୍ନଙ୍କୁ ମୃତ ଘୋଷଣା କରିଥିଲେ ।ବିଏସ୍କେୱାଇ କାର୍ଡରୁ ଦେଢଲକ୍ଷ ଟଙ୍କା ବିଲ୍ କରି ନିଆଯିବା ପରେ ରୋଗୀଙ୍କୁ ମୃତ ଘୋଷଣା କରାଯିବା ,ବିଏସ୍କେୱାଇ କାର୍ଡର ମୁଲ୍ୟବୋଧ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।ଏସ୍ସିବି ଡାକ୍ତରଙ୍କର ଘରୋଇ ମେଡିକାଲ ସହିତ ସହଭାଗିତା ଓ ଜାଲିଆତି ପାଇଁ ରୋଗୀଙ୍କ ମୃତ୍ୟୁ ଘଟିଥିବା , ସମ୍ପର୍କୀୟ ମାନେ ନ୍ୟାୟ ଆଶାରେ ଅଭିଯୋଗ କରିଛନ୍ତି ।
ଏଘଟଣା ଅନେକ୍ ସବୁ ପ୍ରଶ୍ନ ସୃଷ୍ଟି କରୁଛି; ୧.ଓଡିଶା ରାଜ୍ୟରେ ସ୍ୱାସ୍ଥ୍ୟର ସ୍ଥିତି?୨.ଡାକ୍ତର ମାନଙ୍କର ପ୍ରକୃତ କାର୍ଯ୍ୟ ?୩.ସରକରଙ୍କ ଯୋଜନାର ମୁଖ୍ୟଲକ୍ଷ କଣ?