ନୂଆଦିଲ୍ଲୀ-: ଠକେଇ କରି ଫେରାର ଥିଲେ ୨୩ ବର୍ଷ ପରେ ଧାରା ପଡିଲେ ।୨୩ ବର୍ଷ ପୂର୍ବେ ଠକେଇ କରି ଫେରାର ହୋଇଯାଇଥିଲେ ମୋନିକା କପୁର। ୨୨ ବର୍ଷ ଧରି ଆମେରିକାରେ ଲୁଚି ରହିଥିଲେ। ଫେରାର ଥିବା ଅର୍ଥନୈତିକ ଅପରାଧୀ ମୋନିକା କପୁର ଏବେ ଧରାପଡିଟନ୍ତି। ମୋନିକାଙ୍କୁ ସିବିଆଇ ହେପାଜତକୁ ନେଇ ଭାରତ ଅଣାଯାଉଛି। ଦୁଇ ଦଶନ୍ଧି ଧରି ପିଛା କରିବା ପରେ, ସିବିଆଇ ଏବେ ମୋନିକାଙ୍କୁ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ମୋନିକା କପୁରଙ୍କୁ ଆମେରିକାରେ ହେପାଜତକୁ ନେଇଛି। ତାଙ୍କୁ ଆମେରିକୀୟ ଏୟାରଲାଇନ୍ସର ଏକ ବିମାନ ଯୋଗେ ଭାରତ ପଠାଯାଇଛି। ମୋନିକାଙ୍କ ବିମାନ ବୁଧବାର ରାତିରେ ଭାରତରେ ପହଞ୍ଚିବାର ଆଶା କରାଯାଉଛି।