୨୦ରୁ ଉର୍ଦ୍ଧ ଲୋକଙ୍କୁ କାମୁଡ଼ିଥିବା ହନୁ ଯନ୍ତ୍ରାରେ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଭୁବନେଶ୍ୱର ଅନ୍ତର୍ଗତ ଅନ୍ଧାରୁଆ ଜଗନ୍ନାଥପ୍ରସାଦ ଗ୍ରାମରେ ଗତ ୨ମାସ ହେବ ଉତ୍ପାତ ସୃଷ୍ଟିକରୁଥିବା ଏକ ଲାଞ୍ଜଖଣ୍ଡି ହନୁମାଙ୍କଡ ଧରାପଡିଛି। ବିସ୍କୁଟ ଖାଇବାକୁ ଆସି ଯନ୍ତାରେ ପଡିଥିବା ଏହି ହନୁ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖଣ୍ଡିଆଖାବରା କରିଥିଲା। ଘର ଭିତରେ ପଶି ପନିପରିବା ଖାଇବା ତା’ର ନିତିଦିନିଆ କଥା ହୋଇଯାଇଥିଲା। ଏପରିକି ପିଲାମାନେ ଘରୁ ବାହାରିଲେ ଖଣ୍ଡେଖଣ୍ଡେ ବାଡି ଧରି ସ୍କୁଲକୁ ଯାଉଥିଲେ। ମଙ୍ଗଳବାର ଅନ୍ଧାରୁଆ ସରପଞ୍ଚଙ୍କ ନେତୃତ୍ୱରେ ଏକ ଟିମ ସିଟିଫରେଷ୍ଟରେ ଅଭିଯୋଗ କରିବା ପରେ ବନ ବିଭାଗ କର୍ମଚାରୀମାନେ ଏକ ଯନ୍ତାକୁ ଆଣି ଅନ୍ଧାରୁଆ ଗ୍ରାମରେ ରଖିଦେଇଯାଇଥିଲା। ଏହି ସମୟରେ ଜଗିରହିଥିବା ଯୁବକମାନେ ଯନ୍ତା କବାଟ ଟାଣି ଦେଇଥିଲେ। ଖବରପାଇ ବନ ବିଭାଗ କର୍ମଚାରୀମାନେ ଆସି ଉତ୍ପାତକାରୀ ହନୁକୁ ନେଇ ଚନ୍ଦକା ଜଙ୍ଗଲରେ ଛାଡିଦେଇଥିଲେ।