ମଙ୍କିପକ୍ସ : ମୁମ୍ୱାଇ ନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତ

କରୋନା ମହାମାରୀ ପରେ ବିଶ୍ୱରେ ଏବେ ଆତଙ୍କ ଖେଳାଉଛି ମଙ୍କିପୋକ୍ସ।

0

(ମୁମ୍ବାଇ) : କରୋନା ମହାମାରୀ ପରେ ବିଶ୍ୱରେ ଏବେ ଆତଙ୍କ ଖେଳାଉଛି ମଙ୍କିପୋକ୍ସ।  ନୂଆ ଭାଇରସ ମଙ୍କିପକ୍ସ ବ୍ୟାପିବା ପୁଣିଥରେ ଥରେ ଚିନ୍ତା ବଢ଼ାଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ୱାଇ ନଗର ନିଗମ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛି।

 ମହାନଗର କସ୍ତୁବା ହସ୍ପିଟାଲରେ ୨୮ ଟି ବେଡ  ମଙ୍କିପୋକ୍ସ ସନ୍ଦିଗ୍ଧଙ୍କ ପାଇଁ ଆରକ୍ଷଣ କରାଯାଇଛି। ବିଏମସିର ଲୋକ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଏହି ଭାଇରସକୁ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ବିଏମସି କହିଛି ଯେ ମଙ୍କିପକ୍ସ ଜଙ୍ଗଲୀ ପ୍ରାଣି ପାଖରେ ଦେଖଯାଉଥିବା ରୋଗ। ଏହା ସାଧାରଣ ଭାବେ ପଶ୍ଚିମ ଓ ମଧ୍ୟ ଆଫ୍ରିକା ଜଙ୍ଗଲରେ ଦେଖାଯାଇଥାଏ। ଏହା ବର୍ତ୍ତମାନ ମଣିଷଙ୍କ ଦେହରେ ବ୍ୟାପିବାରେ ଲାଗିଛି ବୋଲି ବିଏମସି କହିଛି।