ରଜ ପରେ ଓଡି଼ଶା ଛଇଁବ ମୌସୁମୀ

0

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ପରେ ଦଷିଣ ପଶ୍ଚିମ ମୌସୁମୀ ବାୟୁ ଓଡି଼ଶା ଛୁଇଁବ ବୋଲି ପାଣିପାଗ ବିଜ୍ଞାନୀ ଆର୍ କେ ଜେନାମଣି ସୂଚନା ଦେଇଛନ୍ତି । ସବୁବର୍ଷ ଜୁନ୍ ୧୭ ସୁଦ୍ଧା ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ । ତେଣୁ ଚଲିତ ବର୍ଷ ବିଶେଷ ଡେରି ହୋଇନାହିଁ ବୋଲି ମଧ୍ୟ କହଛନ୍ତି । ତେବେ ମଙ୍ଗଳବାର ଦିନ ରାଜ୍ୟର ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଭଳ ଜିଲ୍ଲାରେ ବର୍ଷା ହୋଇଥିଲା । ଆସନ୍ତା ଦୁଇ ଦିନ ଅର୍ଥାତ୍ ରଜ ପରେ ରାଜ୍ୟର ସବୁ ସ୍ଥାନରେ ବର୍ଷା ହେବ ବୋଲି ଶ୍ରୀ ଜେନାମଣି କହିଛନ୍ତି । ସେପଟେ କୋରାପୁଟ ଜିଲ୍ଲା ଶିମିଳିଗୁଡା ଲଙ୍କାପୁଟ ନନ୍ଦପୁରରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସହିତ ଘଡଘଡି ଅନୁଭୂତ ହେଉଛି । ତେବେ କୋରାପୁଟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଅନୁଭୂତ ହୋଇଥିଲା । ବର୍ଷା ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ତ୍ରାହି ମିଳିଛି । ସେପଟେ ବଜ୍ରପାତ ଯୋଗୁ ୧୭ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି ।