୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ

0

ଭୁବନେଶ୍ବର: ଚଳିତ ବର୍ଷ ଜଲଦି ଆସିବ ମୌସୁମୀ ।  ଆସନ୍ତା ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ ।  ଦକ୍ଷିଣଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ ତାରିଖ ବେଳକୁ ଦକ୍ଷିପଶ୍ଚିମ ମୌସୁମୀ ଅଗ୍ରସର ହେବ। ଏ ନେଇ ପାଇଁ ପାଗ ଅନୁକୂଳ ହେଉଛି ବୋଲି ଭାରାତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ପାଣିପାଗ ବିଭାଗ ଆକଳନ କରିଛି ୯ ତାରିଖ ବେଳକୁ ଖରାର ପ୍ରକୋପ ବଢ଼ିବ। ଆଉ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ