ଏଥର ମେ’ ୨୭ରେ କେରଳ ଛୁଇଁପାରେ ମୌସୁମୀ

0

ଭୁବନେଶ୍ୱର: ଏଥର ସଅଳ ଆସୁଛି ମୌସୁମୀ । ମେ ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ । ଆଗୁଆ ମୌସୁମୀ ଆସିବର ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ ।

ତେବେ ଚଳିତ ଥର ମୌସୁମୀ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଧାର୍ୟ୍ୟ ସମୟର ୪ଦିନ ପୂର୍ବରୁ ପହଞ୍ଚିବା ସମ୍ଭାବନା ରହିଛି।  ପାଞ୍ଚଟି ପାଣିପାଗ ମଡେଲର ତର୍ଜମା କରି ଏହି ପୂର୍ବାନୁମାନ କରିଛି ଆଇଏମଡି । ତେବେ ଏଥିରେ ୪ଦିନ ପୂର୍ବ କିମ୍ବା ପରେ ମଧ୍ୟ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ଖରିଫ ଋତୁର ଫସଲ ଉତ୍ପାଦନ ପାଇଁ ମୌସୁମୀର ସମୟସୀମା ଆରମ୍ଭ ଏବଂ ଅଗ୍ରଗତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ବର୍ଷ, ମୌସୁମୀ ମେ ୩୦ ତାରିଖରେ ପହଞ୍ଚିଥିଲା।