ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଜନୀତ ବର୍ଷା ପରିମାଣ କମିପାରେ । ସ୍ୱାଭାବିକଠାରୁ କମ୍ ହେବ ବର୍ଷା । ଏମିତି କିଛି ଆକଳନ କରିଛି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ । ଚଳିତ ବର୍ଷ ଏଲନିନୋ ଉପୁଜିବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ହ୍ରାସ ପାଇବ । ସାଧାରଣତଃ ଏଲନିନୋ ସୃଷ୍ଟି ହେଲେ ଏହା ମୌସୁମୀକୁ ପ୍ରଭାବିତ କରିଥାଏ । ଫଳରେ ଏସିଆର ଜଳବାୟୁ ଉଷ୍ମ ରହିଥାଏ । ସ୍କାଏମେଟର ପରିଚାଳନା ନିର୍ଦ୍ଦେଶକ ଜତିନ ସିଂହ ଏକ ବିବୃତ୍ତିରେ କହିଛନ୍ତି ଯେ ସାଧାରଣତଃ ଏହି ଏଲିନୋ ମୌସୁମୀକୁ ଦୁର୍ବଳ କରିଦେଇଥାଏ । ଫଳରେ ମୌସୁମୀ ଆଗମନରେ ଅନିୟମିତା ସୃଷ୍ଟି ହୋଇ ବୃଷ୍ଟିପାତ କମ ହୋଇଥାଏ । ତେଣୁ ଚଳିତ ବର୍ଷ ୯୪ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।