ଆଗାମୀ ୨ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଦିନକୁ ଦିନ ତାତି ଅସହ୍ୟ ହେବାରେ ଲାଗିଛି ।

0

(ଭୁବନେଶ୍ୱର) : ଦିନକୁ ଦିନ ତାତି ଅସହ୍ୟ ହେବାରେ ଲାଗିଛି । ଗୁଳୁଗୁଳି ସାଙ୍ଗକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଜୁନରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରାଯାଉଥିଲା । ତେବେ ଏବେ ଆପଣଙ୍କୁ ମିଳିବ ଅଶ୍ଵସ୍ତି କାରଣ ଓଡିଶା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ହେଉଛି। ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ତେବେ ପ୍ରଥମ ରଜରେ ଅପରାହ୍ଣରୁ ରାଜ୍ୟର ବହୁ ସ୍ଥାନରେ ପାଗ ବଦଳିଥିଲା । ବର୍ଷା ଆସିଥିଲା । ଘନ ଘନ ବଜ୍ରପାତ ଛାତି ଥରାଇଥିଲା । ଅନୁଗୁଳରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ସହରରେ ଅନେକ ଗଛ ଭାଙ୍ଗି ପଡ଼ିଥିଲା । ଏଠାରେ ୧୮ ମିଲିମିଟର ବର୍ଷା ହୋଇଥିଲା ।

ସେହିପରି ବାଲେଶ୍ୱରରେ ସବୁଠୁ ଅଧିକ ବର୍ଷିଥିଲା । ଜିଲ୍ଲାରେ ୫୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ପାରଳାଖେମୁଣ୍ଡି, ଓ ଜଗତସିଂହପୁର, ନୟାଗଡ଼ ଓ ନୂଆପଡ଼ା ଓ କନ୍ଧମାଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ତେବେ ଆସନ୍ତା ୫ଦିନ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବର୍ଷା ସହ ଘଡଘଡି ଓ ଜୋର୍‌ରେ ପବନ ବି ବହିବ ବୋଲି ଆଇଏମ୍‌ଡି ସୂଚନା ଦେଇଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବୁଧବାରଠାରୁ ରାଜ୍ୟରେ ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଥିବାରୁ ଏଠାରେ ତାପମାତ୍ରା ଯଥେଷ୍ଟ କମିଯିବ । ବାକି ଅଞ୍ଚଳରେ ବି ତାତି ରହିବନି । ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଆସି ପହଞ୍ଚିଲେ ବି ବିଶେଷ ବର୍ଷା ନାହିଁ ବୋଲି ସେ କହିଛନ୍ତି । ବୁଧବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି ଓ ଗଞ୍ଜାମରେ ବର୍ଷା ସମ୍ଭାବନା ରହିଛି ।