ଆଜିଠୁ ଆରମ୍ଭ ହେଲା ମୌସୁମୀ ଲେଉଟାଣି ପ୍ରକ୍ରିୟା

0

ଭୁବନେଶ୍ୱର : ଆଜିଠୁ ମୌସୁମୀ ଲେଉଟାଣି ପ୍ରକ୍ର୍ରିୟା ଆରମ୍ଭ ହୋଇଛି । ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳକୁ ସ୍ୱାଭାବିକ ତାରିଖ ୧୭ ସେଫ୍ଟେମ୍ବର ତୁଳନାରେ ଆଜି ୨୫ ସେପ୍ଟେମ୍ବର ପ୍ରତ୍ୟାବର୍ତନ ପ୍ରକ୍ର୍ରିୟା ଆରମ୍ଭ ।ବାୟୁମଣ୍ଡଳରେ ୧.୫ କିମି ଉଚ୍ଚତାରେ ଗୁରୁଚାପ ବଳୟର ଉପସ୍ଥିତି।  ଉପଗ୍ରହରୁ ଉତ୍ତୋଳନ ହୋଇଥିବା ଜଳୀୟବାଷ୍ପର ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି କି ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ ରେଖା ୨୮.୩° ଉତ୍ତର ଅକ୍ଷାଂଶ /୭୨° ପୂର୍ବ ଦ୍ରାଘିମା , ନଖରା , ଯୋଧପୁର , ବାର୍ମେର, ୨୫.୭° ଉତ୍ତର ଅକ୍ଷାଂଶ /୭୦.୩° ପୂର୍ଵ ଦ୍ରାଘିମା ଦେଇ ଅତିକ୍ରମ କରୁଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।