୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ, ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

0

ବ୍ୟୁରୋ: ୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ, ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଏପରି ସ୍ୱାସ୍ଥ୍ୟ ପରିସ୍ଥିତି ଦେଖିବାକୁ ମିଳୁଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଲାରମ୍ଭା ଥାନା ବୁର୍ଡାବାହାଲ ଗାଁରେ। ଗାଁରେ ବ୍ୟାପୁଛି ଝାଡାବାନ୍ତି। ସ୍ଥିତିି ନ ସୁଧୁରିଲେ ଏହା ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ସ୍ଥିତି ଭୟଙ୍କର ହେବା ପୂର୍ବରୁ ଗାଁରେ ପହଞ୍ଚିଛି ମେଡ଼ିକାଲ୍ ଟିମ୍। ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ଆବଶ୍ୟକୀୟ ମେଡ଼ିସିନ୍ ଯୋଗାଇ ଦିଆଯାଉଛି। ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟଣାଗଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ବାକି ୪ ଜଣ ଘରେ ଚିକିତ୍ସିତ ହେଉଛନ୍ତି। ଗାଁର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ପରାମର୍ଶ ଦିଆଯାଉଛି। ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠା ଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତି ବ୍ୟାପିବାର କାରଣ ଜଣାପଡ଼ି ନାହିଁ।