ନୂଆଦିଲ୍ଲୀ: ଦକ୍ଷୀଣ ତୁର୍କୀରେ ଭୟଙ୍କର ଭୂମିକମ୍ପ । ଏହି ଭୂମିକମ୍ପ ଯୋଗୁଁ କେତେକ ଅଟ୍ଟାଳିକା ଧୂଳିସାତ୍ ହୋଇଯାଇଛି । ସୋମବାର ସକାଳେ ଭୂମିକମ୍ପ ହେବାରୁ ଅଟ୍ଟାଳିକା ଭାଙ୍ଗି ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥବବା ଜଣାପଡିଛି । ଲୋକମାନଙ୍କର ନିଜ ଘର ଭାଙ୍ଗିଯିବା ପରେ ସେଥିରେ ଲୋକେ ପୋତି ହୋଇ ଯାଇଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇପାରେ ବୋଲି ବିଭିନ୍ନ ଗଣମଧ୍ୟମ ରିପୋର୍ଟ କରିଛନ୍ତି । ତୁର୍କୀର ରାଷ୍ଟ୍ରାୟତ ଗଣମାଧ୍ୟମ ଅନୁସାରେ, ୫୩ଜଣଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି । ସେଥିରୁ ମାଲାତ୍ୟା ପ୍ରଦେଶରେ ୨୩, ସାନ୍ଲ୍ୟୁର୍ଫାରେ ୧୭, ଦିୟାର୍ବକିର୍ରେ ୬ଜଣ ଓ ଓସ୍ମାନିୟେରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ତର୍ଜାତିକ ସହାୟତା ପାଇଁ ନିବେଦନ କରି ତୁର୍କୀର ସରକାରୀ ଅଧିକାରୀମାନେ ‘ଲେଭେଲ୍ ୪ ଆଲାର୍ମ’ ଘୋଷଣା କରିଛନ୍ତି।