ପାରାଦୀପ; ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥମିଛି । ପହଲଗାମ୍ ହମଲା ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ରହିଥିଲା । ଅନେକ ଭାରତ ଛାଡି ପାକିସ୍ତାନ ମଧ୍ୟ ଚାଲିଯାଇଛନ୍ତି । ତେବେ ଏହାରି ଭିତରେ ଆସିଛି ବଡ ଖବର । ପାରାଦୀପରେ ଲାଗିଥିବା ଏକ ଜାହାଜର କର୍ମଚାରୀ ମଧ୍ୟରେ ୨୦ରୁ ଅଧିଲ ପାକିସ୍ତାନୀ । ଏହି ଜାହାଜଟି ଦକ୍ଷିଣ କୋରିଆରୁ ଅଶୋଧିତ ତେଲ ନେଇ ଆସିଛି। SPM ବର୍ଥରେ ଲାଗିଛି ଜାହାଜ। ୨୫ କର୍ମଚାରୀଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ପାକିସ୍ତାନୀ। ଇମିଗ୍ରେସନ ବିଭାଗ ଏନେଇ ମେରାଇନ ଥାନା ଓ ସିଆଇଏସଏଫକୁ ସୂଚନା ଦିଆଯାଇଛି । ଏହା ପରେ କଡ଼ାକଡ଼ି କରାଯାଇଛି ସୁରକ୍ଷା। ଜାହାଜରେ ଅଶୋଧିତ ତେଲ ଆସିଥିବାରୁ ତାହା ଖଲାସ ହେବା ଯାଏ ଓ ଜାହାଜ ପାରାଦୀପ ଛାଡ଼ିବା ଯାଏ କଡ଼ା ନଜର ରଖିବାକୁ ମେରାଇନ ପୋଲିସ , ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।