ରାୟପୁର: ଛତିଶଗଡ କରେଗୁଟା ଜଙ୍ଗଲରେ ୨୨ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ରୁ ଅଧିକ ମାଓବାଦୀ । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏବେବି ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି ।