ଭୁବନେଶ୍ୱର: ଓଡିଶା ସରକାରଙ୍କର ହାଇ ଲେବଲ୍ କ୍ଲିଅରାନ୍ସ କମିଟି ୫ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ୫ଟି ଶିଳ୍ପ ଉଦ୍ୟୋଗ ୨୦୨୨ ମେକ ଇନ୍ ଓଡିଶା କନକ୍ଳେଭରେ ଭାଗ ନେଇଥିଲେ । ଏହି ୫ଟି ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟରେ ମୋଟ ୩୫ ହଜାର ୭୬୦ କୋଟି ନିବେଶ ହେବ, ଏହା ସହ ୩୮ ହଜାର ୧୦୦ଟି ସିଧା ସଳଖ ନିଯୁକ୍ତି ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ସୁଚନା ଦେଇଛନ୍ତି । ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦୁଝରର ଜିଲ୍ଲାରେ ଏହି ଶିଳ୍ପ ପ୍ରତିଷ୍ଠା ହେବ । ଏହି ଶିଳ୍ପ ଗୁଡିକ ହେଉଛି ଷ୍ଟିଲ, ଗ୍ରୀନ ଏନର୍ଜୀ ଆଣ୍ଡ ଇକ୍ୟୁପମେଣ୍ଟ, କେମିକାଲ, ଟେକନିକାଲ ଟେକ୍ସଟାଇଲ । ଏହି ୫ଟି କଂପାନୀ ନାମ ହେଉଛି ୱାରୀ ଏନର୍ଜୀ ଲିମିଟେଡ୍, ସୁପର ସ୍ମେଲଟର ଲିମିଟେଡ୍, କାଶଭୀ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ୍, ଏମସିପିଆଇ ପ୍ରାଇଭେଟ୍ ଲିମିଟେଡ୍, ଆଇଭିଏଲ ଧୁନସେରୀ ପେଟ୍ରୋକେମ୍ ଇଣ୍ଡଷ୍ଟ୍ରୀ ଲିମିଟଡେ୍ ।
ୱାରୀ ଏନର୍ଜୀ ଲିମିଟେଡ୍ ଢେଙ୍କାନାଳର ନେଉଳପୋଇ ଅଂଚଳରେ ପ୍ରତିଷ୍ଠା ହେବ । ଏହି ପ୍ରୋଜେକ୍ଟରେ ୨୫ ହଜାର କୋଟି ନିବେଶ ହେବାକୁ ଥିିବା ବେଳେ ୧୪ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ୱାରୀ ଏନର୍ଜୀ ଲିମିଟେଡ୍ ଇଣ୍ଟିଗ୍ରେଟେଡ ସୋଲାର ଇକ୍ୟୁପମେଣ୍ଟ ମ୍ୟାନୁଫ୍ୟାକଚରିଂ କମ୍ପେ୍ଳକସ୍ ନିର୍ମାଣ କରିବ । ସେହିପରି ଏମସିପିଆଇ ପ୍ରାଇଭେଟ୍ ଲିମିଟେଡ୍ କଂପାନୀ ଭଦ୍ରକ ଟେକ୍ସଟାଇଲ ପାର୍କରେ ପ୍ରତିଷ୍ଠା ଯୋଜନା ଅଛି । ଏଥିରେ ୨ ହଜାର ୨୨୩ କୋଟି ନିବେଶ ହେବ, ନିଯୁକ୍ତି ସୁଯୋଗ ରହିବ ଏକ ହଜାର ୧୫୦ । ଏହା ପଲିଷ୍ଟର, ଟାୟାର କର୍ଡ ଫ୍ୟାବ୍ରିକ ନିର୍ମାଣ କରିବ । କାଶଭୀ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ୍ କେନ୍ଦୁଝର ଝୁମ୍ପୁରା ତହସିଲ କାଳିଆପାଳ ଗାଁରେ ପ୍ରତିଷ୍ଠା କରିବ ଏହାର ପ୍ଲାଣ୍ଟ । ଏଥିରେ ଏକ ହଜାର ୬ ଶହ କୋଟି ଟଙ୍କା ନିବେଶ ହେବ, ୩ ହଜାର ୫ ଶହ ନିଯୁକ୍ତି ସୃଷ୍ଟି ହେବାର ସୁଯୋଗ ରହିଛି । ଏହା ଇଣ୍ଟିଗ୍ରେଟେଡ୍ ଷ୍ଟିଲ ଉତ୍ପାଦନ କରିବ । ସେହିପରି ସୁପର ସ୍ମେଲଟର ଲିମିଟେଡ୍ କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହେବ । ଏଥିରେ ୫ ହଜାର ୪୩୦ କୋଟି ବିିନିଯୋଗ ହେବ ଏବଂ ୧୯ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଇଭିଏଲ ଧୁନସେରୀ ପେଟ୍ରୋକେମ୍ ଇଣ୍ଡଷ୍ଟ୍ରୀ ଲିମିଟଡେ୍ ଜଗତସିଂପୁର ପାରାଦ୍ୱୀପରେ ଏହାର ପ୍ରୋଜେକ୍ଟ କରିବ । ଏଥିରେ ଦେଢ ହଜାର କୋଟି ନିବେଶ ହେବ, ଏବଂ ୪୫୦ ନିଯୁକ୍ତି ସୃଷ୍ଟି ହେବ ।