ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅର୍ଦ୍ଧାଧିକ ଉପକୂଳ ଜିଲ୍ଲାରେ ହାଲକା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଉଚି ମୟୁରଭଂଜ. କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କନ୍ଧମାଳ, କଳାହାଣ୍ଡି, ରାୟଗଡା । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ପବନ ହେବାର ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୫ ଦିନ ଯାଏଁ ସେତେଟା ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ । ୪ ତାରିଖକୁ ଛାଡି ଦେଲେ ପୁଣି ୭ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା, ନବରଙ୍ଗପୁର ଓ ନୟାଗଡରେ ବର୍ଷା ହୋଇପାରେ । ତେଣୁ ୭ ତାରିଖକୁ ଦେଖି ୟେଲୋ ୱାର୍ଣିଂ ଜାରି କରା ଯାଇପାରେ । ସେହପରି ଆସନ୍ତା ୫ ଦିନ ଯାଏଁ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଆଜି ଟିଟିଲାଗଡରେ ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡରେ ଅନୁଭୂତ ହୋଇଥିଲା ।