ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଭାରତୀୟ କ୍ରିକେଟ ଟିମକୁ ନୂଆ ବୋଲିଂ କୋଚ ମିଳିବେ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ମୋର୍ଣ୍ଣେ ମୋର୍କେଲଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । କୋଚ୍ ଗୌତମ ଗମ୍ଭୀରଙ୍କ ଅନୁରୋଧ ରକ୍ଷା କରି ବିସିସିଆଇ ମୋର୍କେଲଙ୍କୁ ବୋଲିଂ କୋଚ୍ କରିବା ପାଇଁ ରାଜି ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ଟି ଦିଲୀପ ଫିଲ୍ଡିଂ କୋଚ ଏବଂ ର୍ୟାନ ଟେନ ଡୋଶ୍ଚେଟ ଓ ଅଭିଷେକ ନାୟାର ସପୋର୍ଟିଂ ଷ୍ଟାଫ ରହିଛନ୍ତି । ମୋର୍କେଲଙ୍କ ଉପସ୍ଥିତି ଭାରତୀୟ ବୋଲରଙ୍କୁ କିଭଳି ସହାୟକ ହେଉଛି ତାହା ସମୟ କହିବ । ଏହା ପୂର୍ବରୁ ଜାହୀର ଖାଁଙ୍କୁ ବୋଲିଂ କୋଚ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା । ରାହୁଲ ଡ୍ରାଭିଡ ଓ ରବି ଶାସ୍ତ୍ରୀଙ୍କ ସମୟରୁ ବିସିସିଆଇ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ଯୋଗାଇ ଆସୁଛି ।