(ରିପୋର୍ଟସ ଟୁଡେ) ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ଏସିଡିଟି ସମସ୍ୟାରୁ ମିଳିଥାଏ ମୁକ୍ତି।
କୋଷ୍ଠକାଠିନ୍ୟ ଏହା ଦ୍ୱାରା ହୋଇଥାଏ ଦୂର। ମେଦବହୁଳତାରେ ଏହା ଅମୃତ ତୁଲ୍ୟ କାର୍ୟ୍ୟ କରିଥାଏ।
ରକ୍ତ ସଞ୍ଚାଳନ ପ୍ରକିୟାକୁ ଏହା ସ୍ବାଭାବିକ କରି ହାର୍ଟ ଆଟାକରୁ ମୁକ୍ତି ଦେଇଥାଏ।
ସେହିପରି କିଡ୍ନୀ ସମସ୍ୟାକୁ ଏହା ଦୂର କରେ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।