ଆଜି ଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ସକାଳୁଆ ଅଫିସ

0

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏହାକୁ ଦୃଷ୍ଟରେ ରଖି ଆଜି ଠାରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ କାର୍ଯ୍ୟ ଆରମ୍ଭ ହୋଇଛି । ଅଫିସ ଅକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ତେବେ ଏହା ଆଜି ଠାରୁ ଆରମ୍ଭ ହୋଇ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲିସ ସୂଚନା ରହିଛି ।  ଅନ୍ୟପଟେ ଅଫିସ୍ ସମୟ ଭିତରେ ଲଞ୍ଚ ବ୍ରେକ୍ ରହିବ ନାହିଁ । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ପାଖାପାଖି ଗୋଟିଏ ମାସ ଧରି ପାରଦ ୪୦ ଛୁଇଁଛି । ଗ୍ରୀଷ୍ମ ପ୍ରବାହର ପ୍ରକୋପ ମଧ୍ୟ କ୍ରମଂଶ ବଢ଼ିବାରେ ଲାଗିଛି ।