ମା ଏବଂ ଝିଅ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟଣା: ପୁଆ ଓ ନାତି ଗିରଫ

0

ସମ୍ବଲପୁର:ସମ୍ପତ୍ତି  ଲୋଭରେ ନେଇଗଲେ ଜୀବନ ।  ସମ୍ବଲପୁର ମାନେଶ୍ୱର ହାଟପଦା ରେ ମା ଏବଂ ଝିଅ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ । ମାଆ-ଝିଅଙ୍କୁ ସମ୍ପତ୍ତି ପାଇଁ ପୁଆ ଓ ନାତି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏନେଇ ସଦର ଥାନା ପୋଲିସ ଉଭୟ ପୁଆ ଜଗନ୍ନାଥ ଦୀକ୍ଷିତ ଏବଂ ନାତି ସଙ୍କେତଦୀକ୍ଷିତଙ୍କୁ ଗିରଫ କରିଛି ।  ଅଭିଯୁକ୍ତର ଜଣେ ଭଉଣୀ ହତ୍ୟାକାଣ୍ଡ ନେଇ ଅଭିଯୋଗ କରିବା ପରେ ପୁଲିସ ପରିବାରର ୪ଜଣଙ୍କୁ ଜେରା କରିବା ପରେ ୨ ଜଣଙ୍କୁ ଗିରଫ କରିଛି। ନିଜ ମା’ ଓ ଭଉଣୀଙ୍କୁ ଅଭିଯୁକ୍ତମାନେ ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଘର ଭିତରେ ନିଆଁ ଲଗାଇ ପୋଡ଼ିଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁଯାଇ, ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ। ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସୈରେନ୍ଦ୍ରୀ ଓ ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲା।