ବାଲେଶ୍ୱର ; ସତରେ ହଜିଯାଇଥିବା ମଣିଷ ଯେତେବେଳେ ଆମେ ପାଇଯାଉ, ଥରେ ଭାବନ୍ତୁ ସେହି ସମୟର ଖୁସି ବୋଧେ ଆଉ କେବେ କାହାକୁ ମିଳିନଥିବ । କାରଣ ଭଲପାଉଥିବା ବ୍ୟକ୍ତିତ୍ୱଙ୍କୁ ଯଦି ଆମ ଠାରୁ ଦୂରେଇ ଯାଏ ତାହେଲେ ସେ କଷ୍ଟ ନିଶ୍ଚିତ ଅନୁଭବ କରିଥିବେ । ସେହିପରି ଜଣେ ମା ତା ପୁଅ ୯ ବର୍ଷରୁ ଅଧିକ ହେବ ପୁଅ ଠାରୁ ଦୂରେଇ ରହିଥିଲେ । କାରଣ ପୁଅକୁ କିଏ ଚୋରି କରି ନେଇଯାଇଥିଲା । ଶେଷରେ ଆଜି ନିଜ ହଜିଲା ପୁଅକୁ ପାଇ ଆଖିରୁ ଧାର ଧାର ହୋଇ କୁହ ସବୁ ଗଡିଯାଉଛି । ଦିଲ୍ଲୀରୁ ନାବାଳକ ଶିଶୁକୁ ଉଦ୍ଧାର କରିଛି ବାଲେଶ୍ୱର ପୋଲିସ । ତେବେ ପୁଅକୁ ଉଠାଇ ନେବାରେ, ନିଜ ବାପା ହିଁ ଥିଲେ ମୁଖ୍ୟ ଖଳନାୟକ । ଯେଉଁଥିପାଇଁ ପୁଅକୁ ଜବତ କରିବା ସହ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । । ସ୍ବାମୀ ୪ ବର୍ଷର ଶିଶୁକୁ ଧରି ଫେରାର ହୋଇଥିବା ନେଇ ୨୦୧୬ ମସିହାରେ ମେଣ୍ଢାଶୁଳ ଅଞ୍ଚଳର ସୀମା ଶତପଥୀ ଅଭିଯୋଗ କରିଥିଲେ। ଏନେଇ କୋର୍ଟରେ ମାମଲା ଚାଲିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଖୋଜାଖୋଜି ଚଳାଇଥିଲା । ଦୀର୍ଘ ସାଢ଼େ ୯ ବର୍ଷ ପର୍ୟ୍ୟନ୍ତ ପିଲା କିମ୍ବା ବାପାର ଠିକଣା ପୋଲିସ ପାଇନଥିଲା।