ଭୁବନେଶ୍ୱର: ଦ୍ୱାଦଶ ପରେ ପ୍ରକାଶ ପାଇଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ତେବେ ଭୁବନେଶ୍ୱର ଏବଂ ପୁରୀରେ ଥିବା ମଦର ପବ୍ଳିକ ସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରକାଶ ପାଇଛି ଫଳ । ବିଜ୍ଞାନ ,ମାନବିକତା ଏବଂ ବାଣିଜ୍ୟ ବିଭାଗରେ ୪୫ ପ୍ରତିଶତ ଛାତ୍ର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ ହୋଇଛନ୍ତି । ଭୁବନେଶ୍ୱରରେ ଥିବା ପବ୍ଲିକ ସ୍କୁଲରେ ସବୁଠାରୁ ଅଧିକ ନମ୍ବର ରଖିଛନ୍ତି ସିତାଶୁଂ ମହାପାତ୍ର । ସେ ବିଜ୍ଞାନରେ ୯୮ ପ୍ରତିଶତ ନମ୍ବର ରଖି ସମସ୍ତଙ୍କୁ ପଛରେ ପକାଇଛନ୍ତି । ସେହିପରି ଦ୍ୱିତୀୟ ସ୍ତାନରେ ଅଛନ୍ତି ସୂର୍ଯ୍ୟଜ୍ୟୋତି ମହାପାତ୍ର । ତାଙ୍କର ନମ୍ବର ରହିଛି ୯୭ % । ଏହାସହିତ ତୃତୀୟ ସ୍ଥନରେ ଅର୍ଣ୍ଣବ ଜେନା । ସେ ୯୬.୬ % ନମ୍ବର ରଖିଛନ୍ତ । ବାଣିଜ୍ୟ ବିଭାଗର ଅନନ୍ୟା ଦାସ ୯୭ ପ୍ରତିଶତ ନମ୍ବର ରଖି ସର୍ବ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତାଙ୍କ ପରେ ୯୬ ପ୍ରତିଶତ ରଖି କ୍ରିତୀ ଅଗ୍ରୱାଲ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ପରିଧି ଚୈାଧୁରୀ ୯୫.୮୦ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ମାନବିକତା ଶାଖାରେ ଆକୃତି ଷଡଙ୍ଗୀ ୯୭,୪ % ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ୯୬ % ନମ୍ବର ରଖ ôଦ୍ୱିତୀୟ ସ୍ଥାନରେ ଅଛନ୍ତି ତିସ୍ୟା ମହାନ୍ତି । ତେବେ ୯୫.୬୦ % ନମ୍ବର ରଖି ତୃତୀୟ ସ୍ଥାନରେ ଅଛନ୍ତି ଖୁସି ଗୁପ୍ତା ଏବଂ ଶୁଭ୍ରସ୍ମିତା ରଥ । ସେପଟେ ଦ୍ୱିତୀୟ ଥର ପାଇଁ ପୁରୀରେ ଥିବା ମଦର ପବ୍ଳିକ ସ୍କୁଲ ସଫଳତା ହାସଲ କରିଛି । ପୁରୀରେ ମଦର ପବ୍ଳିକ ସ୍କୁଲରେ ପଢୁଥିବା ସଂପୂର୍ଣ୍ଣା ଘୋଷ ବିଜ୍ଞାନରେ ୯୪.୬୦ % ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହାପରେ ଅଳଙ୍କାନନ୍ଦ ମିଶ୍ର ୯୪ ପ୍ରତିଶତ ଏବଂ ପୋନାର୍ଥ ମିଶ୍ର ୯୨.୬% ନମ୍ବର ରଖି ବିଜ୍ଞାନରେ ଉତୀର୍ଣ୍ଣ ହୋଇଛନ୍ତି । ଏହାସହି ବାଣିଜ୍ୟରେ ୯୬.୪% ନମ୍ବର ରଖି ପ୍ରଥମ ସ୍ଥାନରେ ଅଛନ୍ତି ହରିନାରାୟଣ ପ୍ରତିହାରୀ । ଏହାପରେ ଋତୁପର୍ଣ୍ଣା ୯୪ ପ୍ରତିଶତ ଏବଂ ଆଦଶ୍ୟା ମିଶ୍ର ୯୨.୬ ପ୍ରତିଶତ ନମ୍ବର ରଖି ବାଣିଜ୍ୟରେ ସଫଳ ହୋଇଛନ୍ତି । ସେପଟେ ସମସ୍ତ ଉତିର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି ମଦର ପବ୍ଲିକ ସ୍କୁଲର ପ୍ରିନ୍ସିପାଲ । ସେ କହିଛନ୍ତି କୋଭିଡ ସରିବା ପରେ ପ୍ରଥମ ପାଇଁ ବୋର୍ଡ ପରୀକ୍ଷା ଦେଇ ପିଲା ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।