୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା’

0

ବୁରୋ : ୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା’ । ଏଭଳି ଘଟଣା ଘଟିଛି ମୁମ୍ବାଇର ଜାଭେଦ ରୋଡ ଅଞ୍ଚଳରେ । ମହିଳାଜଣଙ୍କୁ ୨୮ ବର୍ଷ ହୋଇଥିବାବେଳେ ମହିଳା ଜଣଙ୍କ ଭିନ୍ନକ୍ଷମ ବୋଲି ଜଣାପଡିଛି । ସେ ମୁକ ଓ ବଧିର । ଆଉ ସେ ତାଙ୍କ ପିତା ମାତାଙ୍କ ସହ ରହୁଥିଲେ । ମହିଳା ଜଣକ ଶିଶୁକୁ ଫୋପାଡି ଦେବା ପରେ ପୋଲିସ ଏବଂ ପଡ଼ୋଶୀଙ୍କ ଏକ ଟିମ୍ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଏବଂ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ମାତ୍ର ତାଙ୍କୁ ଗିରଫ କରାଯାଇ ନ ଥିବା ବେଳେ ଏହା ପଛର କାରଣ ଉପରୁ ପରଦା ହଟିନି।