( ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଶାବଳଭଙ୍ଗା ଗାଁରେ ଘଟିଛି ଅଭାବନୀୟ ଘଟଣା ।
ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଅନୁଗୁଳ ଥାନା ଶାବଳଭଙ୍ଗା ଗାଁରେ ନିଆଁରେ ପୋଡ଼ି ହୋଇ ମାଆ ସହିତ ତାଙ୍କ ଦୁଇ ନାବଳକ ପୁଅ ଗୁରୁତର ହୋଇଛନ୍ତି। ଶରୀରର ୯୦ ଭାଗ ପୋଡ଼ି ଯାଇଥିିବାରୁ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଅପରପକ୍ଷେ ଏହି ଘଟଣା ପାଇଁ ସ୍ୱାମୀଙ୍କୁ ଦାୟୀ କରି ମହିଳାଙ୍କ ପରିବାର ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି। ମହିଳାଜଣକ ଡାକ୍ତରଖାନାରେ ଦେଇଥିବା ଜମାନବନ୍ଦୀରେ କହିଛନ୍ତି ଯେ ୩ ଜଣ ଲୋକ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ପୋଡ଼ି ହତ୍ୟା କରିବାକୁ ସେମାନଙ୍କ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଗତକାଲି ରାତିରେ ପିଲାକଳିକୁ କେନ୍ଦ୍ର କରି ପଡୋଶୀଙ୍କ ସହିତ ଲୋଚନୀ ବେହେରା(୩୭ ବର୍ଷ)ଙ୍କର ପାଟିତୁଣ୍ଡ ହୋଇଥିଲା। ତେବେ ରାତିରେ ବଚନୀ ଓ ତାଙ୍କ ଦୁଇ ପୁଅ (୬ ବର୍ଷ ଓ ଦେଢ଼ ବର୍ଷ )ଶୋଇଥିିବା ବେଳେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ ଏହି ଘଟଣା ପାଇଁ ଲୋଚନୀଙ୍କ ପରିବାର ଲୋକେ ତାଙ୍କୁ ସ୍ୱାମୀ ପବିତ୍ର ବେହେରାଙ୍କୁ ଦାୟୀ କରି ମାରଧର କରିଛନ୍ତି। ତାଙ୍କୁ ମଧ୍ୟ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।